ଯୋଡ଼ା, ୧୮/୧୧(ପାଇକପୁଅ) କେନ୍ଦୁଝର ଜିଲ୍ଲାର ଯୋଡାଠାରେ ଯୋଡା ପ୍ରେସ୍ କ୍ଲବ୍ ର ଜାତୀୟ ପ୍ରେସ୍ ଦିବସ ପାଳନ । ପ୍ରାରମ୍ଭରେ ଶିକ୍ଷକ ଦୀପ୍ତି ରଂଜନ ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଯୋଡା ପ୍ରେସ୍ କ୍ଲବ୍ ର ସାଧାରଣ ସମ୍ପାଦକ, ସାମ୍ବାଦିକ ପ୍ରମୋଦ କୁମାର ମହାନ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ । ବଡବିଲ ଉପଖଣ୍ଡ ପୋଲିସ୍ ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ମୂଖ୍ୟ ଅତିଥି , ନିର୍ଭୟ ସମ୍ପାଦକ ନବିନ ଦାସ ମୂଖ୍ୟ ବକ୍ତା ଏବଂ ଅନ୍ୟ ସମ୍ମାନିତ ଅତିଥି ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ ।
ପ୍ରଚଳିତ ଗଣତାନ୍ତ୍ରିକ ଶାସନ ବେବସ୍ତାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସାମ୍ବାଦିକ ମାନେ ଜାଗ୍ରତ ପ୍ରହରୀ ଭାବେ ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି ବୋଲି ମୁଖ୍ୟ ଅତିଥି ଅଭିଭାଷଣ ରଖିଥିଲେ। ପ୍ରେସ ସ୍ଵାଧୀନତା ଗଣମାଧ୍ୟମର ଏକ ବିଶେଷ ଅଙ୍ଗ ଯାହାକି ସମାଜକୁ ପ୍ରଗତିଶୀଳ କରାଇବା ସହିତ ଉନ୍ନତି ଦିଗରେ ଆଗେଇ ନେଇ ଥାଏ ବୋଲି ମୂଖ୍ୟ ଅତିଥି କହିଥିଲେ।
ଦୈନିକ ଓଡିଆ ସମ୍ବାଦପତ୍ର “ନିର୍ଭୟ” ର ସମ୍ପାଦକ ତଥା ବରିଷ୍ଠ ଖ୍ୟାତନାମା ସାମ୍ବାଦିକ ନବୀନ ଦାସ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଏବଂ ସୋଶିଆଲ୍ ମିଡିଆ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନା କରିବା ସହ ସାମ୍ବାଦିକମାନେ ସ୍ୱଚ୍ଛ, ନିରପେକ୍ଷ ଭାବେ ସେମାନଙ୍କର ଲେଖନୀ ମୁନରେ ସଦାସର୍ବଦା ସମାଜକୁ ଜାଗ୍ରତ କରାଇବା ଆବଶ୍ୟକ , ଲୋକଙ୍କ ପାଇଁ ଗଣମାଧ୍ୟମ, ଲୋକଙ୍କ ପାଇଁ ପ୍ରଶାସନ ବର୍ତ୍ତମାନ ସମୟରେ ଖବର ପ୍ରସାରଣ ଦୁଇ ପ୍ରକାର ହୋଇଯାଇଛି ଯାହାକି ମିସ୍ ଇନ୍ଫରମେସନ୍ ଏବଂ ଡିସ ଇନ୍ଫରମେସନ୍ ଯାହାର ଅପ ବେବହାର କଲେ ତାହା ଗଣତନ୍ତ୍ର ପାଇଁ ବିପଦ, ସାମ୍ବାଦିକ ମାନେ ଯଦି ଖବର ପ୍ରସାରଣ କରି ସରକାରଙ୍କୁ ଆଇନା ଦେଖାଇବାକୁ ଚେଷ୍ଟା କରୁଛନ୍ତି ତାଙ୍କ ସ୍ୱରକୁ ଚାଲିବା ପାଇଁ ତାଙ୍କ ଉପରେ ଚାପ ପ୍ରୟୋଗ ହେଉଛି। ସେ କହିଥିଲେ ତାଙ୍କର ୪୧ବର୍ଷ ସାମ୍ବାଦିକତା ଜୀବନରେ ପ୍ରଥମ ଥର ଖଣି ଅଞ୍ଚଳ ଯୋଡ଼ା କୁ ଆସିଛି। କିନ୍ତୁ ଅଞ୍ଚଳ ବିକାଶରୁ ବହୁତ ଦୂରରେ ସେଥିପାଇଁ ସାମ୍ବାଦିକ ମାନଙ୍କୁ ସ୍ୱର ଉତ୍ତୋଳନ କରିବାକୁ ଅଭିଭାଷଣରେ ଆହ୍ବାନ କରିଥିଲେ।
କୋ ସ୍ପିକର ଭାବେ ଇଣ୍ଡଷ୍ଟ୍ରିଆଲ୍ ମାଇନ୍ସ ଅବଜର୍ଭର୍ ପତ୍ରିକାର ସମ୍ପାଦକ ଶିରିଶ ଚନ୍ଦ୍ର ମହାନ୍ତି ଏଥିରେ ଯୋଗ ଦେଇ ସାମ୍ବାଦିକ ମାନଙ୍କର ଭୂମିକା, କାର୍ଯ୍ୟଶୈଳୀ, କର୍ତ୍ତବ୍ୟ ଏବଂ ଦାୟିତ୍ୱ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କଲମର ଲେଖନୀ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଅନେକ ସଂସ୍କାର ଆଣିଥାଏ ବୋଲି ସେ କହିଥିଲେ ।
ଯୋଡା ପ୍ରେସ୍ କ୍ଲବ୍ର ସଭାପତି ସାମ୍ବାଦିକ ନିହାର ରଂଜନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଯୋଡା ପ୍ରେସ୍ କ୍ଲବ୍ ର ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଯୋଡ଼ା ବି.ଡି.ଓ. ଡେନିସ ବେହେରା,ଯୋଡା ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ୍, ବଡବିଲ ଅତିରିକ୍ତ ତହସିଲଦାର ପ୍ରିତମଜ୍ୟୋତି ନାୟକ, ମିଷ୍ଟର କର୍ଣ୍ଣାଟକ ସୁନରାମ ପୂର୍ତ୍ତି ତଥା ସମସ୍ତ ସାମ୍ବାଦିକ ବନ୍ଧୁ, ବୁଦ୍ଧିଜିବ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଏହି ଅବସରରେ ଯୋଡା କ୍ଷେତ୍ର ର ବିଭିନ୍ନ ସ୍କୁଲ ର ଦଶମ ଶ୍ରେଣୀ ଟପ୍ପର ଛାତ୍ର ଛାତ୍ରୀ ସହ ସମାଜ ରେ ନିଶ୍ୱାର୍ଥ ସେବା ଯୋଗାଇ ଆସୁଥିବା କେତେ ଜଣ ସମାଜ ସେବୀ ଙ୍କୁ ଉପସ୍ଥିତ ଅତିଥି ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା lଶେଷରେ ଯୋଡା ପ୍ରେସ୍ କ୍ଲବ୍ ର ଉପ-ସଭାପତି ତଥା ସାମ୍ବାଦିକ ଗଣେଷ ସାହୁ ଧନ୍ୟବାଦ ଅର୍ପଣ କରି ସଭା ସଙ୍ଗ କରିଥିଲେ।

