ବାରିପଦା, ୧୬/୧୧(ପାଇକପୁଅ)ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓମ ନାଟ୍ୟ ସଂସ୍ଥାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୩ୟ ସନ୍ଧ୍ୟାରେ ତିଲଜାଲା କଳ୍ପନ ନାଟ୍ୟଗୋଷ୍ଠୀ, କୋଲକାତା ପ୍ରଯୋଜିତ ବେଙ୍ଗଲୀ ନାଟକ ବେହୁଲା ଆଜୋ ମଞ୍ଚସ୍ଥ ହୋଇଯାଇଛି. କଳ୍ପନା ବାରୁଆଙ୍କ ନିର୍ଦ୍ଦେଶିତ ନାଟକରେ ଶର୍ମିଲା ଚାଟାର୍ଜୀ, ଜବା ଶର୍ମା, ଚନ୍ଦ୍ରାଣୀ ନନ୍ଦୀ, ଦୀପାରାଣୀ ନେଓଗୀ, ପିୟାଶ୍ରୀ ବୋଷ, ପୌଲୋମି ଦାସ, ସାଇକତ ରୟ, ସୌରଭ ମିସ୍ତ୍ରୀ, ସୁମନ ଘୋଷ, ସାୟନ୍ତନ ଜାନା, କୃଷ୍ଣପ୍ରିୟ ଲାହା, ଅର୍ଣ୍ଣବ ଦାସ, ସାୟନ୍ତନ ମଜୁମଦାର ଓ କଳ୍ପନା ବାରୁଆ ଅଭିନୟ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ନାଟକର ଉଦଘାଟନ କରିବା ସହ ବାରିପଦାରେ ଜାତୀୟ ନାଟ୍ୟ ମହୋତ୍ସବର ପରିକଳ୍ପନା କରିଥିବା ଓମ ନାଟ୍ୟ ସଂସ୍ଥାର ପ୍ରୟାସ ପାଇଁ ପ୍ରଶଂସା କରିଥିଲେ।ସଂସ୍ଥାର ସମ୍ପାଦକ ଜ୍ଞାନ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରତିଷ୍ଠାତା ବିଶିଷ୍ଟ ଅଭିନେତା ନିର୍ଦ୍ଦେଶକ ଧୀର ବଶା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ମହୋତ୍ସବ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି।

