କନ୍ଧମାଳ,୧୨/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ଠକେଇ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ପୋଲିସ୍ ଜଣେ ବ୍ୟବସାୟୀ ଙ୍କୁ ଗିରଫ କରିଛି ।
ଗିରଫ ବ୍ୟକ୍ତି ଜଣକ ସୁଧୀର କୁମାର ତ୍ରିପାଠୀ ( ୪୫) ଘର ଗଞ୍ଜାମ ଜିଲ୍ଲାର ଶେରଗଡ଼ ଗ୍ରାମରେ। ତେବେ ସୁଧୀରଙ୍କୁ ଭୁବନେଶ୍ୱର ପୋଲିସ ଏୟାର ପୋର୍ଟ ଥାନା ଅର୍ନ୍ତଗତ ଫରେଷ୍ଟ ପାର୍କ ନିକଟ ଏକ ଆପାର୍ଟମେଣ୍ଟ ରୁ ଗିରଫ କରିଛି। ଶ୍ରୀ ତ୍ରିପାଠୀ ଗୋଟେ ଇଲେକ୍ଟ୍ରୋନିକ୍ସ କମ୍ପାନୀରେ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ଫୁଲବାଣୀ ବଜାରରେ ଇଲେକ୍ଟ୍ରୋନିକ୍ସ ଶୋ ରୁମ୍ କରିଥିବା ବାବୁଲା ସେନାପତିଙ୍କୁ ଶସ୍ତା ଓ ସୁବିଧାରେ ଇଲେକ୍ଟ୍ରି ସାମାନ ଯୋଗାଇ ଦେବା ଲାଗି ୨୦୨୩ ମସିହାରେ ୬ଲକ୍ଷ ୭ହଜାର ୨୦୮ଟଙ୍କା ନେଇଥିଲେ। ତେବେ ଦୁଇବର୍ଷ ରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ବାବୁଲା ଙ୍କୁ ଜିନିଷ ଦେଇନଥିଲେ। ଏପରିକି ମୋବାଇଲ୍ ଫୋନ ମଧ୍ଯ ରିସିଭ କରୁନଥିଲେ । ଫଳରେ ବାଧ୍ୟ ହୋଇ ବାବୁଲା ଏ ନେଇ ଗତ ସେପ୍ଟେମ୍ବର ମାସରେ ସ୍ଥାନୀୟ ଟାଉନ୍ ଥାନାରେ ଲିଖୂତ ଅଭିଯୋଗ କରିଥିଲେ। ଟାଉନ୍ ଥାନା ପୋଲିସ କେଶ ନଂ. ୩୩୫/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ପୋଲିସ ଖୋଳ ତାଡ଼ କରି ସୁଧୀର ତ୍ରିପାଠୀ ଭୁବନେଶ୍ବରରେ ଥିବା ଜାଣି ସେଠାରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧୂକାରୀ ପି. ସ୍ବରୂପ କିଶନ ପ୍ରକାଶ କରିଛନ୍ତି।

