ବାରିପଦା,୧୨/୧୧(ପାଇକପୁଅ)ସ୍ଥାନୀୟ ଭଂଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୧୦ମ ସନ୍ଧ୍ୟାରେ ସିନିୟର ସୋଲୋ, ଡୁଏଟ ଏବଂ ଗ୍ରୁପ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପୂର୍ବରୁ ପ୍ରତିଯୋଗୀଙ୍କୁ ନେଇ ଏକ ଅଡିସନ ହୋଇଥିଲା।ସେମାନଙ୍କ ମଧ୍ୟରୁ ୨୪ ଜଣ ସିନିୟର ସୋଲୋ, ୨୨ ଯୋଡି ଡୁଏଟ ଏବଂ ୧୬ ଟି ଦଳ ଫାଇନାଲକୁ ଉନ୍ନୀତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପ୍ରତିଯୋଗୀ ମାନଙ୍କ ଆକର୍ଷଣୀୟ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା।ସ୍ନେହାଶ୍ରୀ ସଲୋନୀ କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ।କୃତୀ ପ୍ରତିଯୋଗୀଙ୍କୁ ୧୪ ତାରିଖ ଉଦଯାପନୀ ଉତ୍ସବରେ ପୁରସ୍କୃତ କରାଯିବ ବୋଲି କାର୍ଯ୍ୟକ୍ରମ ମୁଖ୍ୟ ପ୍ରିତମ ପଣ୍ଡା ଜଣାଇଛନ୍ତି I ବାଲେଶ୍ୱରର ରମିୟା ହୁଇ, ବାରିପଦାର ମେଘା ସାହା ଓ ରକି ନାୟକ ବିଚାରକ ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ଚୟନ କରିଥିଲେ ଇ ସାସ୍କୃତିକ ସମ୍ପାଦକ କିଶୋର ପଲେଇଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ମେଳା ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ତଥା ଅବିନାଶ ରଥ, ଅନିଶ ମିଶ୍ର ଓ ପ୍ରତୀକ ବାରିକ ପରିଚାଳନା କରିଥିଲେ। ଆସନ୍ତାକାଲି ମିଉଜିକାଲ ନାଇଟରେ ଇଣ୍ଡିଆନ ଆଇଡଲର ପ୍ରିୟାଂଶୁ ଦତ୍ତ ଓ ମୟୂରୀ ସାହାଙ୍କ କାର୍ଯ୍ୟକ୍ରମ ରହିଛି ବୋଲି ସାଂସ୍କୃତିକ ସମ୍ପାଦକ ଶ୍ରୀ ପଲେଇ ଜଣାଇଛନ୍ତି।

