କାଲିମେଳା,୦୯/୧୧(ସନ୍ତୋଷ କୁମାର ପଣ୍ଡା):ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି ୭୯ ପୋଲିସ କୁ ମିଳିଛି ଆଉ ଏକ ବଡ଼ ସଫଳତା। ଗତ କାଲି ସନ୍ଧ୍ୟା ୬:୪୫ ବେଳେ ଏମ.ଭି ୭୯ ପୋଲିସ ଏସ୍.ଆଇ ଶ୍ରୀଚନ୍ଦନ ବେହେରା ଙ୍କ ସହ ହାବିଲଦାର ଲକ୍ଷଣ ମଣ୍ଡଳ ଏବଂ ଅନ୍ୟ ପୋଲିସ କର୍ମଚାରୀ ତେଲେରାଇ ପଞ୍ଚାୟତ ଅନ୍ତର୍ଗତ ଏମ ଭି ୧୨୬ ଅଞ୍ଚଳରେ ଗସ୍ତ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଜାକାଲଗୁଣ୍ଡି କୁ ଯାଇଥିଲେ । ଜାକାଲଗୁଣ୍ଡି ଜଙ୍ଗଲ ମଧ୍ୟରେ ୧୮ ଟି ପ୍ଲାଷ୍ଟିକ ବସ୍ତାରେ ୪୫୦ କେ.ଜି ଗଞ୍ଜେଇ ଡ଼ମ୍ପିଙ୍ଗ କରି ରଖାଯାଇଥିବା ଦେଖିବାକୁ ପାଇଥିଲେ। ଉକ୍ତ ସ୍ଥାନରେ କୌଣସି ବ୍ୟକ୍ତି ନଥିବା ଜଣାପଡିଛି । ଉକ୍ତ ସ୍ଥାନରେ ଏଗଜିକୁଟିବ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରି ଏମ୍.ଭି ୭୯ ଥାନାକୁ ଅଣାଯାଇଥିଲା। ଡ଼ମ୍ପିଙ୍ଗ ଗଞ୍ଜେଇ ଜଙ୍ଗଲରେ ଗଛିତ ରଖି ଆଜି ଆନ୍ଧ୍ର କୁ ରପ୍ତାନି କରିବା ଉଦ୍ଦେଶ୍ୟ ଥିବା ସୂଚନା ମିଳିଛି। ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସ୍ଥାନୀୟ ୧୪ ଲକ୍ଷ୍ୟ ହୋଇଥିବା ବେଳେ ରାଜ୍ୟ ବାହାରେ ପ୍ରାୟ ୪୦ ଲକ୍ଷ୍ୟ ପର୍ଯ୍ୟନ୍ତ ହେବା ଆଇ.ଆଇ.ସି ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ପ୍ରଦାନ କରିଛନ୍ତି । ଏନେଇ ଏମ ଭି ୭୯ ଥାନାରେ କେସ ନମ୍ବର ୧୬୬/୨୫ ଏନ୍.ଡ଼ି.ପି.ଏସ୍ ରେ ଏକ ମାମଲା ରୁଜୁ କରାଯାଇ ଗଞ୍ଜେଇ କାରବାର ରେ ଲିପ୍ତ ବ୍ୟକ୍ତି ଙ୍କ ଖୋଜ ଜାରି ରହିଥିବା ଶ୍ରୀ ତାଣ୍ଡି ସୂଚନା ଦେଇଛନ୍ତି ।

