ବାରିପଦା,୩୧/୧୦(ପାଇକପୁଅ)ଓଡ଼ିଶା ଛତୁ ଉତ୍ପାଦନକାରୀ ମହାସଂଘ ମୟୂରଭଞ୍ଜ ଶାଖାର ସପ୍ତମ ବୈଠକ ବାରିପଦାର ତକତପୁର ସ୍ଥିତ ରୁଚି ଗେଷ୍ଟ୍ ହାଉସର ସମ୍ମିଳନୀ କକ୍ଷରେ ଓଡ଼ିଶା ଛତୁ ଉତ୍ପାଦନକାରୀ ମହାସଂଘର ରାଜ୍ୟ ଅଧ୍ୟକ୍ଷ ପ୍ରଫେସର ଡ଼ା. ଅଦ୍ଵୈତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସଭାରେ ଉଦ୍ୟାନ ଉପନିର୍ଦେଶକ ଶ୍ରୀ ଯୁକ୍ତ ଟଙ୍କଧର କାଲୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ମୟୂରଭଞ୍ଜ ଜିଲ୍ଲାକୁ ରାଜ୍ୟରେ ପ୍ରଥମ ଛତୁ ଉତ୍ପନ୍ନ ଜିଲ୍ଲାରେ ପରିଣତ କରାଯାଇ ଉତ୍ତର ଭାରତରେ ପାଳ ଛତୁର ବ୍ୟାପକ ବିକ୍ରୟ ପାଇଁ ବୈଠକରେ ନିଷ୍ପତି ନିଆ ଗଲା । ଏତତ୍ ବ୍ୟତୀତ ବିକ୍ରୟର ସୁଲଭ ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନକୁ ସଭାପକ୍ଷରୁ ଦାବି କରାଗଲା।ଜିଲ୍ଲାର ୨୬ ଟି ବ୍ଲକ୍ ରୁ ୧୫ ଟି ବ୍ଲକ୍ ର ଛତୁ ଉତ୍ପାଦନକାରୀ , ଛତୁ ମଞ୍ଜି ୟୁନିଟ୍ ଓ ବିକ୍ରେତା ମାନଙ୍କର ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ ।ରାଜ୍ୟ ଛତୁ ଉତ୍ପାଦନକାରୀ ମହାସଂଘର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ,ଯାଜପୁର ଶାଖାର କୋଷାଧ୍ୟକ୍ଷ ଶ୍ରୀମତୀ ଅନିତା ରାଣୀ ନନ୍ଦି,ମୟୂରଭଞ୍ଜ ଜିଲ୍ଲା ଶାଖାର ସଭାପତି ଶ୍ରୀମତୀ ଗୀତାଞ୍ଜଳି ମହାନ୍ତି ,ସମ୍ପାଦକ ରାଧାକୃଷ୍ଣ ଦାସ,ସୁନିଲ୍ କୁମାର୍ ପଟ୍ଟନାୟକ ,ପ୍ରକାଶ ମହାନ୍ତ , ରାମପ୍ରସାଦ ନାୟକ , ଦୀପାଞ୍ଜଳୀ ପ୍ରଧାନ ,ମୀନକେତନ ବିଶ୍ଵାଳ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ଜିଲ୍ଲାର ୨୬ ଟି ବ୍ଲକରେ ଛତୁ ଉତ୍ପାଦନ ପ୍ରସାରଣ ପାଇଁ ବ୍ଲକ୍ କମିଟି ମାନ ଗଠନ କରାଯାଇ ଦାୟିତ୍ଵ ଦିଆଗଲା ।ଛତୁ ଚାଷରେ ଜାତୀୟ ସମ୍ମାନ ଲାଭ କରିଥିବା ଛତୁ ଚାଷୀ ଶ୍ରୀମତୀ ଗୀତାଞ୍ଜଳି ମହାନ୍ତିଙ୍କର ଏକ ଛତୁ ଚାଷରେ ପୁସ୍ତିକା ଉନ୍ମଚନ କରାଯାଇ ସଭା ଭଙ୍ଗ କରାଗଲା ।

