ବାରିପଦା,୩୧/୧୦(ପାଇକପୁଅ)ବାରିପଦା ସ୍ଥିତ ଏମପିକେ ନର୍ସିଂ ସ୍କୁଲ ତରଫରୁ ଆଜି ଏ.ଏନ.ଏମ, ଜି.ଏନ.ଏମ, ପି.ବି.ବି.ଏସି, ବି.ଏସି. ନର୍ସିଂ ଏବଂ ଏମ.ଏସ.ସି ନର୍ସିଂ ପିଲାମାନଙ୍କର ସ୍ବାଗତ ଉତ୍ସବ ଆୟୋଜନ ହେବା ଅବସର ରେ ବିଶ୍ଵବିଦ୍ୟାଳୟ ଟପର ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ମୁଖ୍ୟ ଅତିଥ୍ୟ ଭାବରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ପ୍ରଫେସର ଡ଼. ରବିନ୍ଦ୍ର କୁମାର ମିଶ୍ର ସମ୍ମାନିତ ଅତିଥି ଭାବରେ ପୂର୍ବତନ ନର୍ସିଂ ଡାଇରେକ୍ଟର ଡ଼. ପ୍ରାଣକୃଷ୍ଣ ବେହେରା, ସ୍କୁଲର ସଭାପତି ପ୍ରଦୀପ କୁମାର ରାଉତ, ସଂପାଦିକା ପାରୁଲଧର ମହାପାତ୍ର, ନର୍ସିଂ କଲେଜର ପ୍ରତିଷ୍ଠାତା ଅବୋଧ କୁମାର ଧରମହାପାତ୍ର, ପ୍ରିନସିପାଲ ଅନନ୍ୟା ହାତୀ ପ୍ରମୁଖ ଯୋଗଦେଇ ନର୍ସିଂ ଶିକ୍ଷା ପିଲାଙ୍କୁ ଚିକିତ୍ସା କୌଶଳ ଶିଖାଇବା ସହ ସେବା ଦିଗରେ ବ୍ରତୀ କରିଥାଏ ବୋଲି କହିଥିଲେ।ଏହି ଅବସରରେ ୨୦୨୫ ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟରେ ବି.ଏସି. ନର୍ସିଂରେ ଟପର ହୋଇଥିବା ସବନମ ଖାତୁନ ଦ୍ବିତୀୟ, ରାଜଲକ୍ଷ୍ମୀ ମହାକୁଡ଼ ତୃତୀୟ ଓ ଦିପ୍ତିମୟୀ ବାରିକ ଚତୁର୍ଥ ଟପର ହୋଇ ଥିବାରୁ କଲେଜ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୌମ୍ୟରଞ୍ଜନ ଓ ଗାୟତ୍ରୀ ମଞ୍ଚ ପରିଚାଳନା କରିଥିବା ବେଳେ, ନର୍ସିଂ କଲେଜ ତରଫରୁ ସସ୍ମିତା ବେରା, ସୁଶ୍ରୀ ଦିପ୍ତିମୟୀ, ହେମା ମୁର୍ମୁ, ମଧୁସ୍ମିତା ପଣ୍ଡା, ବିଷ୍ଣୁପ୍ରିୟା କର, ପଦ୍ମାଳୟା ସାହୁ, ଶର୍ମିଷ୍ଠା ପାତ୍ର, ଲିପ୍ସା ପ୍ରିୟଦର୍ଶିନୀ ଟୁଡୁ, ଜାହ୍ନବୀ ରାଉତ, ମନାଲି ଦତ୍ତ, ଭାଗ୍ୟଶ୍ରୀ ନାୟକ,
ପରମା ରୟ, ପୁଷ୍ପିତା ପୁଷ୍ପାଞ୍ଜଳୀ ମହାନ୍ତି, ସ୍ବୟଂପ୍ରଭା ମହାକୁଡ଼ ଓ ଏଡ଼ମିନିଷ୍ଟ୍ରେଟିଭ ଅଫିସର ସୁମତୀ ବିନ୍ଧାଣୀ, ଅଫିସ ସହକାରୀ ଚାରୁଲତା ବାରିକ, ପାୟଲ ଦାସ, ବିକାଶ ପାତ୍ର, ରୀନା ସାମନ୍ତରାୟ, ଶକୁନ୍ତଳା ଦଣ୍ଡସେନା, ଚନ୍ଦ୍ରକାନ୍ତୀ ଦାସ, ସୁପ୍ରମିତା ଘାନା, ସୌରବିନୀ ସାହୁ, ନମିତା ମହାକୁଡ, ରଞ୍ଜନ କୁମାର ବିନ୍ଧାଣୀ, ମମତା ବେହେରା, ଝୁନୁ ଧଡ଼ା ପ୍ରମୁଖ ସହଯୋଗ କରିଥିଲେ।

