ମାଲକାନଗିରି,୨୮/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଗତ ୨୦୨୩ ମସିହା ନଭେମ୍ବର ମାସ ୫ ତାରିଖ ଦିନ ନିଜ ଜନ୍ମ କଲା ୧୩ ବର୍ଷୀୟ ନାବାଳିକା ଝିଅକୁ ବଳାତ୍କାର କରି ଜେଲ ଯାଇଥିବା ଅଭିଯୁକ୍ତ ନିତାଇ ସରକାରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସାନ୍ତୁନୁ କୁମାର ଦାସ ଆଜୀବନ କାରାଦଣ୍ଡ ସଜ୍ଜା ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଘଟଣାଟି ଘଟିଥିଲା ୨୦୨୩ ମସିହା ନଭେମ୍ବର ମାସ ୫ ତାରିଖ ଦିନ। କୌଣସି କାରଣରୁ ସ୍ଵାମୀ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇ ସ୍ତ୍ରୀ ନିଜ ପୁଅକୁ ଧରି ବାପ ଘରକୁ ଚାଲିଯାଇଥିଲେ। ବାପା ସାଙ୍ଗରେ ତାଙ୍କ ନାବାଳିକା ଝିଅଟି ରହି ନିଜ ବାପାଙ୍କୁ ରୋଷେଇ କରି ଖାଇବାକୁ ଦେଉଥିଲା। ହଠାତ ନଭେମ୍ବର ମାସ ୫ ତାରିଖରେ ନିଜ ଝିଅକୁ ରାତ୍ର ସମୟରେ ବଳାତ୍କାର କରିଥିଲା ଏହି ପିଶାଚ ବାପା ଏବଂ କାହାରିକୁ କିଛି ନ କହିବା ନିମନ୍ତେ ଧମକ ମଧ୍ୟ ଦେଇଥିଲା। କିନ୍ତୁ ନାବାଳିକା ଜଣକ ପଡୋଶୀ ରେ ଥିବା ଗୌରୀ ନାମକ ଜଣେ ମହିଳାଙ୍କୁ ନିଜ ପିଶାଚ ବାପା ତାଙ୍କ ସହ କରିଥିବା ବଳାତ୍କାର ସମ୍ବନ୍ଧରେ କହିବା ପରେ ଉକ୍ତ ମହିଳା ଜଣଙ୍କ ତାଙ୍କ ଏସଏଚଜି ଗ୍ରୁପର ମହିଳା ମାନଙ୍କ ସହାୟତା କ୍ରମେ ୨୦୨୩ ନଭେମ୍ବର ୯ ତାରିଖ ଦିନ ଓର୍କେଲ ଥାନାର ଦ୍ୱାରସ୍ତ ହୋଇ ଲିଖିତ ଅଭିଯୋଗ ଦେଇଥିଲେ। ଏନେଇ ମାମଲା ରୁଜୁ କରି ସଙ୍ଗେ ସଙ୍ଗେ ଓର୍କେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ତତ୍ପରତା ଦେଖାଇ ଅଭିଯୁକ୍ତ ପିଶାଚ ବାପାକୁ ଗିରଫ କରିଥିଲେ। ଏହି ଘଟଣା ଟି ଦୀର୍ଘ ଦିନ ଧରି କୋର୍ଟରେ ମାମଲାଧିନ ରହିଥିବା ବେଳେ ନାବାଳିକା ଟିର ସପକ୍ଷରେ ଓକିଲ ଭାବେ ଲଢେଇ କରିଥିଲେ ସରକାରୀ ଓକିଲ ଲମ୍ବୋଦର ତୁରୁକ ଏବଂ ଶେଷରେ ଆଜି ନାବାଳିକା ଟିକୁ ସେ ଆଜି ନ୍ୟାୟ ଦେଇଛନ୍ତି। ଅଭିଯୁକ୍ତ ପିଶାଚ ବାପାକୁ ଆଜୀବନ କାରାଦଣ୍ଡ ହୋଇଥିବା ହେତୁ ଦୋଷୀ କୁ ଉପଯୁକ୍ତ ଶାସ୍ତି ମିଳିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

