ମାଲକାନଗିରି,୨୭/୧୦ (ସୁଧାଂଶୁ ଶେଖର ମହାନ୍ତି)ସ୍ୱଚ୍ଛ ଅଭିଯାନ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେବଳ ଗାନ୍ଧୀ ଜୟନ୍ତୀ ଆସିଲେ ମନେ ପଡେ ସ୍ୱଚ୍ଛତା ଅଭିଯାନ କଥା, ତେବେ ଏଥି ନିମନ୍ତେ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ ହେଉଥିବା ବେଳେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦରରେ। କୋରୁକୋଣ୍ଡା ବ୍ଲକ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ପ୍ରଦୀପ ମହାରଣା ଏନେଇ ବ୍ଲକ ପ୍ରଶାସନ କୁ ଅବଗତ ପରେ ମଧ୍ୟ ଦୀର୍ଘ ମାସ ଯାଏଁ ଉଠି ପାରିଲାନି ଅଳିଆ। ତେଣୁ ଶେଷରେ ବାଧ୍ୟହୋଇ ନିଜ ଟଙ୍କା ଖର୍ଚ୍ଚ କରି ଲେବେଲ ଟ୍ରାକ୍ଟର ଲଗାଇ ସଫା କଲେ ସଭାପତି ଶ୍ରୀ ମହାରଣା। ତେବେ ସାମ୍ବାଦିକ ଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ବହୁ ପ୍ରଶଂସା। ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୫୦ ମିଟର ଦୂରରେ ରାସ୍ତା କଡରେ ଦୀର୍ଘ ମାସ ଧରି କୁଢ଼ କୁଢ଼ ଅଳିଆ ଗଦାହୋଇ ରହିଥିବା ବେଳେ ଆଜି ଶେଷରେ ତାକୁ ସଫା କରିଛନ୍ତି ସାମ୍ବାଦିକ। ସୂଚନା ଥାଉକି ଉକ୍ତ ରାସ୍ତାଟି ବ୍ଲକ ସଦର ମୁଖ୍ୟ ରାସ୍ତା ହନୁମାନ ମନ୍ଦିର ଠାରୁ ବ୍ଲକ ଅଧୀନ କ୍ଲଷ୍ଟର ବିଲଡିଙ୍ଗ କୁ ଯିବା ଆସିବା କରିବାର ମୁଖ୍ୟ ରାସ୍ତା। ଉକ୍ତ କ୍ଲଷ୍ଟର ବିଲିଡିଙ୍ଗରେ ପ୍ରାୟ ୧୨ରୁ ଅଧିକ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗରେ କାର୍ଯ୍ୟରତ ସରକାରୀ କର୍ମଚାରୀ ନିଜ ପରିବାର ସହ ରହି ଆସୁଥିବା ବେଳେ ପ୍ରତ୍ୟେକ ଦିନ କର୍ମଚାରୀ ମାନେ ନିଜ ନିଜ କାର୍ଯ୍ୟାଳୟକୁ ଯିବା ଆସିବା କରିବା ସହ ସେମାନଙ୍କ ଛୁଆମାନେ ସେହି ଅଳିଆ ଆବର୍ଜନା ରାସ୍ତା ଦେଇ ସ୍କୁଲକୁ ଯାଆସ କରିଥାନ୍ତି। ତଥାପି ଏହି ଆବର୍ଜନା ଗଦା ଉପରେ କାହା ନଜର ପଡୁନଥିଲା। ତେଣୁ ଆଜି ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀ ମହାରଣା ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଟ୍ରାକ୍ଟର ଲଗାଇ ଏହି ଅଳିଆ ଗଦା କୁ ସଫା କରିଥିବା କହିଛନ୍ତି।

