ମାଲକାନଗିରି,୨୪/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ସହରର ୧୨ ନଂ ୱାର୍ଡ ଭୁକ୍ତ ଡମ୍ପିଙ୍ଗ ୟାର୍ଡ କଲୋନୀ ର ଜଣେ ବ୍ୟକ୍ତି ଙ୍କ ଘରୁ ଶୁକ୍ରବାର ଅପରାହ୍ନ ସମୟରେ ଏକ ବିରାଟ ଅହିରାଜ ସାପ ଉଦ୍ଧାର ହୋଇଛି। ସାପ ଟିକୁ ଉଦ୍ଧାର କରିଛନ୍ତି ସ୍ନେକ କ୍ୟାଚର ରାଜେନ୍ଦ୍ର ଖରା। ମିଳିଥିବା ସୂଚନା ମୁତାବକ ଅପରାହ୍ନ ସମୟରେ ବ୍ୟକ୍ତି ଜଣଙ୍କ ଘରେ କେହି ନଥିବା ହେତୁ ଏହାର ସୁଯୋଗ ନେଇ ସାପଟି ଏକ ମୂଷାକୁ ଖାଇବା ନିମନ୍ତେ ଗାତ ମଧ୍ୟକୁ ପ୍ରବେଶ କରିଥିଲା। ମୂଷା ଟିକୁ ଖାଇ ସାପ ଟି ଅନ୍ୟତ୍ର ଘୁଞ୍ଚି ନ ପାରି ଚିତ୍କାର କରିବା ହେତୁ ପଡୋଶୀ ଲୋକେ ଧାଇଁ ଆସି ସାପ ଟିକୁ ଦେଖିଥିଲେ। ଏହାପରେ ଫୋନ ଯୋଗେ ସ୍ନେକ କ୍ୟାଚର ରାଜେନ୍ଦ୍ରଙ୍କୁ ଜଣାଇବା ପରେ ରାଜେନ୍ଦ୍ର ପହଂଚି ଦୀର୍ଘ ସମୟର କସରତ ପରେ ଏହି ବିରାଟ ଅହିରାଜଟିକୁ ଧରିବାରେ ସକ୍ଷମ ହୋଇଥିଲେ। ଅହିରାଜ ଟି ୭ ଫୁଟ ଲମ୍ବ ରହିଥିବା ବେଳେ ମୂଷା ଟିକୁ ଗିଳି ଦେଇଥିବା ହେତୁ ଅନ୍ୟତ୍ର ଯାଇ ପାରିନଥିବା ଜଣାପଡିଛି। ସ୍ନେକ କ୍ୟାଚର ରାଜେନ୍ଦ୍ର ଅହିରାଜ ଟିକୁ ସୁରକ୍ଷିତ ଭାବେ ନାକାମାମୁଢି ଅଞ୍ଚଳର ଡୁମରିପଦର ଜଙ୍ଗଲରେ ଛାଡି ଦେଇଥିବା କହିଛନ୍ତି। ତେବେ ଅହିରାଜ ସାପ ମାଇଲ ମାଇଲ ଦୂର ଅତି ସହଜରେ ଅତିକ୍ରମ କରିପାରେ, ତେଣୁ ଏହି ଡୁମରିପଦର ଜଙ୍ଗଲର ମାଇଲ ମାଇଲ ଦୂରରେ କୌଣସି ବସ୍ତି କିମ୍ବା ଗ୍ରାମ ନଥିବା ହେତୁ ରାଜେନ୍ଦ୍ର ସବୁବେଳେ ଅହିରାଜ ସାପ ଉଦ୍ଧାର କଲେ ଏହି ଜଙ୍ଗଲରେ ନେଇ ସୁରକ୍ଷିତ ଭାବେ ଛାଡି ଦେଉଥିବା କହିଛନ୍ତି।

