ବାରିପଦା,୧୮/୧୦(ପାଇକପୁଅ) ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ଯୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍ (ମାରିସା)ର ରାଜ୍ୟ ସଭାପତି ଅର୍ଜୁନ୍ ମୁର୍ମୁଙ୍କ ନେତୃତ୍ୱରେ ପୁଣିଥରେ ମନ୍ତ୍ରୀ ଓ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରିବାପାଇଁ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ସହଯୋଗରେ ଛଅ ଦଫା ଦାବୀନେଇ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି । ଦାବୀଗୁଡ଼ିକ ମଧ୍ୟରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପରସରରେ ପଣ୍ଡିତ ରଘୁନାଥ ମୁର୍ମୁ ସେଣ୍ଟ୍ରାଲ୍ ଲାଇବ୍ରେରୀ ପ୍ରତିଷ୍ଠା କରାଯିବା, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନ, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ସାନ୍ତାଳୀ ଭାଷା ପାଇଁ ନିୟମିତ ଅଧ୍ୟାପକ ପଦ ସୃଷ୍ଟି କରିବା ସହ ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପୂର୍ଣ୍ଣବୟାବ ପ୍ରତିମୂର୍ତ୍ତି ସ୍ଥାପନ କରିବା, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସମସ୍ତ ୩+ କଲେଜ ଗୁଡିକରେ ସାନ୍ତାଳୀ ଅନର୍ସ ଖୋଲାଯିବା, ଷ୍ଟାଇପେଣ୍ଡ ଟଙ୍କା ବୃଦ୍ଧି କରାଯିବା । ଏହି ଦାବୀ ଗୁଡିକ ପୂରଣ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟପାଳ, ସାଂସଦ, ନେତା, ଜିଲ୍ଲା ପ୍ରଶାସନ ନିକଟରେ ଦାବୀପତ୍ର ଦିଆଯାଇଆସୁଅଛି I ରାଜ୍ୟପାଳ ମଧ୍ୟ ଆବଶ୍ୟକ ପଦକ୍ଷେପେ ଗ୍ରହଣ କହିବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ରାଜ୍ୟପାଳଙ୍କ ପ୍ରତିଶୃତିକୁ ଇତି ମଧ୍ୟରେ ବହୁଦିନ ବିତିଲାଣି, ତଥାପି କାର୍ଯ୍ୟ କିଛି ଆଗେଇ ନାହିଁ । ପ୍ରଶାସନ କି ନେତାଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ମାରିସା ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । ଏ ସମ୍ପର୍କରେ ମାରିସା ରାଜ୍ୟ ସଭାପତି ଅର୍ଜୁନ୍ ମୁର୍ମୁଙ୍କ ଦୀର୍ଘବର୍ଷ ହେଲା ପ୍ରଚେଷ୍ଟା ଜାରି ରହିଛି । ଏହି ଦାବୀଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ଏଥିପ୍ରତି ଆହୁରି ଅଧିକ ପ୍ରୟାସ କରାଯିବ ବୋଲି ମାରିସା ରାଜ୍ୟ ସଭାପତି ପ୍ରେସ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ସମେତ ବିକ୍ରମ ସୋରେନ୍, ସୁକିନ୍ଦ୍ର ଟୁଡୁ, ମଙ୍ଗଲ ବେଶ୍ରା, ଗାନ୍ସା ହେମ୍ବ୍ରମ, ରାଜେନ୍ଦ୍ର ମାଝୀ, ଜିତରାୟ ଟୁଡୁ, ଚତୁର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

