ଭୁବନେଶ୍ୱର, ୦୯/୧୦(ପାଇକପୁଅ) ଜଗତଜନନୀ ମା’ ଦୁର୍ଗାଙ୍କ ମେଲାଣି ପରେ ଧରାପୃଷ୍ଟକୁ ଅବତରଣ କରିଛନ୍ତି ମାଆ ଗଜଲକ୍ଷ୍ମୀ। ଗାଁ ଠାରୁ ସହର ସବୁଠି ଉତ୍ସବର ମାହୋଲ। ଏହିକ୍ରମରେ ଭୁବନେଶ୍ୱର ମହାନଗର ନିଗମ ୧୦ନଂ ୱାର୍ଡ ମା ଦରିଆଣୀ କ୍ଲବ ଭୋଟପଡା ପକ୍ଷରୁ ୩୮ତମ ଗଜଲକ୍ଷ୍ମୀ ପୂଜା ମହା ଆଡମ୍ବର ସହକାରେ ପାଳିତ ହେଉଅଛି।ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ୭ଦିନ ଚାଲିବ।ମଙ୍ଗଳବାର ଦିନ ଭଜନ ସମାରୋହ ଅନୁଷ୍ଠିତ ହୋଇଥିବାବେଳେ ବୁଧବାର ଦିନ ମେଲୋଡି କାର୍ଯ୍ୟକ୍ରମ ଏବଂ ଗୁରୁବାର ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସେହିପରି ଶୁକ୍ର ଏବଂ ଶନିବାର ନୃତ୍ୟ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି। ରବିବାର ଅପରାହ୍ନ ୪ଟା ସମୟରେ ଭସାଣି ଉତ୍ସବ ନିମନ୍ତେ ମେଢ଼ ବାହାରିବ ବୋଲି କ୍ଲବର ସଭାପତି ଶ୍ରୀଯୁକ୍ତ ଦାସରଥୀ ନାୟକ ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ଭୋଟପଡା ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରୁଛନ୍ତି।

