ମାଲକାନଗିରି,୦୯/୦୮ (ସୁଧାଂଶୁ ଶେଖର ମହାନ୍ତି)ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ନିନ୍ଦା କରି ମାଲକାନଗିରି ଜିଲ୍ଲା ବାର ଏସୋସିଏସନ ପକ୍ଷରୁ ଆଜି କଲମ ଛାଡ଼ ଆନ୍ଦୋଳନ କରାଯାଇଛି । ଓଡିଶା ରାଜ୍ୟ ବାର ଏସୋସିଏସନର ଡାକରାରେ ଜିଲ୍ଲାର ଆଇନଜୀବୀମାନେ କଲମ ଛାଡ଼ ଆନ୍ଦୋଳନକୁ ଓଲାଇଛନ୍ତି l ଜିଲ୍ଲା ବାର ଏସୋସିଏସନର ସଭାପତି ପ୍ରୀତପାଲ ସିଂଙ୍କ ପରାମର୍ଶ କ୍ରମେ ବାର ଏସୋସିଏସନ ସଭାଗୃହରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାକୁ ତୀବ୍ର ନିନ୍ଦ୍ର କରାଯିବା ସହ ରାଜ୍ୟ ବାର ଏସୋସିଏସନର ନିଷ୍ପତ୍ତିକୁ ସମର୍ଥନ କରାଯାଇଥିଲା । ଏଥିସହ ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବୀ କରାଯାଇ ଏକ ସଂକଳ୍ପ ପାରିତ ହୋଇଥିଲା । ଏଥିସହ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ଶୀଘ୍ର ଏଥିରେ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ କରିବା ସହ ରାଜ୍ୟର ଆଇନଜୀବୀଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଅପିଲ କରାଯାଇଛି । ଏହି ବୈଠକରେ ଜିଲ୍ଲା ବାର ଏସୋସିଏସନ ଉପ ସଭାପତି ସରୋଜ ମହାନ୍ତି, ସମ୍ପାଦକ ସାଗର ପାଣିଗ୍ରାହୀ, ସହ ସମ୍ପାଦକ ଉମା ଶଙ୍କର ନାୟକ, କୋଷାଧ୍ୟକ୍ଷ ବିଭୁ ଆଶିଷଦାନ ସଗଡ଼ିଆ, ବରିଷ୍ଠ ଆଇନଜୀବୀ ସାୟଦ ଆନବର ସାହା, ଗୋବିନ୍ଦ ପାତ୍ର, ସୂର୍ଯ୍ୟ ନାରାୟଣ ବ୍ରହ୍ମ।, ଅଶୋକ କୁମାର ପଟ୍ଟନାୟକ, ଅଶୋକ ନାୟକ, ଗୋପାଳ କୃଷ୍ଣ ପଣ୍ଡା, ଜ୍ଞାନ ରଞ୍ଜନ ସାହୁ, ବିଜୁ ସରକାରଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।

