କୋଣାର୍କ, ୦୫/୧୦(ଗଙ୍ଗାଧର ବେଉରା) ଦୀର୍ଘ ଦିନର ବ୍ୟବଧାନ ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରକୁ ପ୍ରବେଶ ନିମନ୍ତେ କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା ମହାସଙ୍ଘ, ଫଟୋଗ୍ରାଫରଙ୍କୁ ଅନୁମତି ମିଳିଛି।ବହୁତ ବାଦ ବିବାଦ ପରେ ଘଟଣାର ଅନ୍ତ ଘଟିଛି, ଯାହା ଫଳରେ ବହୁତ ଦୁଃଖ ଆଉ କଷ୍ଟରେ ଥିବା ଫଟୋଗ୍ରାଫର ମାନଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି, ଫଟୋଗ୍ରାଫର ମାନଙ୍କୁ ସମ୍ପୂର୍ଣ ସହଯୋଗର ହାତ ବଢ଼ାଇଥିଲେ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ,ଫଟୋଗ୍ରାଫର ମହାସଙ୍ଘର ସଭାପତି ରଶ୍ମି ରଞ୍ଜନ ବିଶ୍ୱାଳ, ରଣଜିତ ରାଉତରାୟ, ଆଇନଜୀବି ଦୁର୍ଗାପ୍ରସନ୍ନ ତ୍ରିପାଠୀ, ସାମ୍ବାଦିକ ଗଙ୍ଗାଧର ବେଉରା, ଶୁଭେନ୍ଧୁ ମହାନ୍ତି, ହଟ କିଶୋର ମହାରଣା, କୋଣାର୍କ ବିଜେପି ମଣ୍ଡଳ ସଭାପତି ଗୋପୀନାଥ ସ୍ୱାଇଁ।ପ୍ରତ୍ନତତ୍ତ୍ୱ ବିଭାଗର ମନମୁଖୀ କାର୍ଯ୍ୟ ପାଇଁ ବେଳେ ବେଳେ ଫଟୋଗ୍ରାଫର ମାନଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି ଓ ଜୀବିକା ହରାଇବାକୁ ମଧ୍ୟ ପଡୁଛି। ସୂର୍ଯ୍ୟ ମନ୍ଦିର ଭିତରେ ଫଟୋଗ୍ରାଫର ମହାସଙ୍ଘର ୧୯୨ ଜଣ ଫଟୋଗ୍ରାଫି କରୁଥିବା ବେଳେ ପ୍ରତ୍ନତତ୍ତ୍ୱ ବିଭାଗ କେବଳ ମନ୍ଦିର ଭିତରେ ୧୦ ଜଣକୁ ସୂର୍ଯ୍ୟ ମନ୍ଦିର ପରିସରରେ ଫଟୋ ଉଠେଇବା ପାଇଁ ଲାଇସେନ୍ସ ଦେଇଛି,ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। କୋଣାର୍କ ଅଞ୍ଚଳ ଏକ ପର୍ଯ୍ୟଟନ କ୍ଷେତ୍ର ଏବଂ ଏଠାରେ କୌଣସି ଶିଳ୍ପ କି କଳ କାରଖାନା ନାହିଁ। ଏହି ଅଞ୍ଚଳର ଆଖ ପାଖ ଲୋକ ସମ୍ପୂର୍ଣ ସମ୍ପୂର୍ଣ୍ଣ ଭାବରେ ମନ୍ଦିର ଉପରେ ନିର୍ଭର ଶୀଳ।କିନ୍ତୁ ପ୍ରତ୍ନତତ୍ତ୍ୱ ବିଭାଗର ମନଇଚ୍ଛା କାର୍ଯ୍ୟକୁ କୋଣାର୍କ ଅଞ୍ଚଳବାସୀଙ୍କ କୋଣାର୍କ ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକ ମାନେ ବି ଏହାର ଦୃଢ ନିନ୍ଦା କରୁଛନ୍ତି, ଆଗାମୀ ଦିନରେ ୧୦ ଜଣ ଫଟୋଗ୍ରାଫରଙ୍କ ଲାଇସେନ୍ସ ରଦ୍ଦ ପାଇଁ କୋଣାର୍କ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀମାନେ ପ୍ରତ୍ନତତ୍ତ୍ୱ ବିଭାଗ ପାଖରେ ଦାବି ରଖିବେ ବୋଲି ମହାସଙ୍ଗର ସଭାପତି ରଶ୍ମି ରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି।

