ଯୋଡ଼ା,୦୪/୧୦(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ଉପଲକ୍ଷେ “ଗାନ୍ଧି ପଥେ ଓଡିଶା” କାର୍ଯ୍ୟକ୍ରମ ର ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନା ଙ୍କ ତତ୍ୱାବଧାନ ରେ ଏବଂ ନଗର କଂଗ୍ରେସ ସଭାପତି ସୁବ୍ରତ ନାଏକ ଙ୍କ ନେତୃତ୍ୱରେ ଏହି ପଦଯାତ୍ରା ରେ ଶତାଧିକ ମହିଳା ଏବଂ ପୁରୁଷ ସାମିଲ ହୋଇ ଗୁରୁବାର ଦିନ ସକାଳ ୮ ଘଟିକା ରୁ ଯୋଡ଼ା ଧରଣୀ ଧର ଭୂୟାଁ ଙ୍କ ପ୍ରତିମୂର୍ତ୍ତି ନିକଟରୁ ପଦଯାତ୍ରାରେ ବାହାରି ଵସଷ୍ଟାଣ୍ଡ ଦେଇ ସହିଦ ନଗର ସ୍ଥିତ ଗାନ୍ଧୀଜୀ ଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ଥିଲା। ଏହି ଅବସରରେ ଗାନ୍ଧୀ ଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଗାନ୍ଧିଜୀ ଙ୍କ ଜୟଗାନ କରିଥିଲେ।ପରେ ଯୋଡ଼ା ସହର ପରିକ୍ରମା କରି ସମସ୍ତ ମହାପୁରୁଷ ଙ୍କୁ ପୁଷ୍ପମାଲ୍ୟ ଦେଇଥିଲେ ।
ଓଡିଶାବାସୀଙ୍କ ସ୍ୱାର୍ଥ ଏବଂ ନ୍ୟାୟ ପାଇଁ ଗାନ୍ଧୀ ଜି ଙ୍କ ଅହିଂସା ନୀତି କୁ ଅସ୍ତ୍ର କରି କଂଗ୍ରେସ ଆଗକୁ ଲଢେ଼ଇ ଜାରି ରଖିବ ବୋଲି ନଗର କଂଗ୍ରେସ ସଭାପତି ସୁବ୍ରତ ନାଏକ କହିଛନ୍ତି।ଏହି ଅବସରରେ ଯୋଡ଼ା ବ୍ଲକ କଂଗ୍ରେସ ସଭାପତି ଚନ୍ଦ୍ରବିର କୁମାର ସମେତ କଂଗ୍ରେସ କର୍ମୀ ଏମ୍.ଡି ତୋଷିଫ,ସୁରଜ ଅଗ୍ରହୀ,କାର୍ତିକ ନାଗ,ବାବୁଲୁ ନାୟକ,ପୂର୍ଣ୍ଣିମା ନାଏକ ମାନେ ଉପସ୍ଥିତ ଥିଲେ।

