ଭୁବନେଶ୍ୱର, ୨୫/୦୯(ପାଇକପୁଅ)ଅସୁରକ୍ଷିତ ରାଜଧାନୀ। ଦିନ ଦ୍ବିପ୍ରହରେ ବୁଲୁଛି ଖଣ୍ଡା ଓ କଟୁରୀ।ଏଭଳି ଏକ ଲୋମ ଟଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ନିକଟ ଭିଏସ୍ଏସ୍ ନଗର ଓଭର୍ ବ୍ରିଜ୍ ପାଖରେ। ପଛରେ ଜଣେ ଗୋଡ଼ାଇ ଯାଉଛନ୍ତି, ଆଉ ତଳେ ପଡ଼ିବା କ୍ଷଣି ଚୋଟ ପରେ ଚୋଟ ପକାଇ ଚାଲିଛନ୍ତି । ଆଉ ତଳେ ପଡ଼ିଥିବା ଯୁବକ ଉଠିବା ମାତ୍ରେ ତେଲେଙ୍ଗା କଟୁରୀରେ ଆକ୍ରମଣକୁ ପ୍ରତିରୋଧ କରିବାକୁ ପ୍ରୟାସ କରୁଛନ୍ତି । ଶେଷରେ ଖଣ୍ଡା ଧରି ଆକ୍ରମଣ କରୁଥିବା ଯୁବକ ଦୌଡ଼ି ପଳାଉଛନ୍ତି ।

