ବାରିପଦା, ୧୭/୦୯(ପାଇକପୁଅ) ବିଶ୍ୱ ଓଜନ ଦିବସ ପରିପ୍ରେକ୍ଷୀରେ ମହାରାଜପୁର ସ୍ଥିତ ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟନସି ଆଣ୍ଡ ମ୍ୟାନେଜମେଣ୍ଟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପଦୀପ କୁମାର ନାୟକଙ୍କ ପୌରାହିତ୍ୟରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଶ୍ରୀ ନାୟକ ତାଙ୍କ ବକ୍ତବ୍ୟ ରେ ଓଜନ ସ୍ତର ହ୍ରାସ ହେବା ଫଳରେ ଜୀବ ଜଗତ ପ୍ରତି ମାଡି ଆସୁଥିବା ବିପଦ ସମ୍ପର୍କରେ ଆଲୋକପାତ କରିଥିଲେ। ଉପାଧ୍ୟକ୍ଷା ସଂଘମିତ୍ରା ରାଉତ ଜଳବାୟୁ ପରିବର୍ତନରେ ଅନିୟମିତତା ରୋକିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ।ଅନ୍ୟମାଙ୍କ ମଧ୍ୟରେ ବିଏଏଲଏଲବି ବିଭାଗ ମୁଖ୍ୟ ଜ୍ଞାନରଞ୍ଜନ ପଣ୍ଡା, ଅଧ୍ୟାପକ ଡ଼. ଠାକୁରା ମାରାଣ୍ଡି, ରଂଜିତ ମାରାଣ୍ଡି, ସିରାମ ଟୁଡୁ, ଅଧ୍ୟାପିକା ମିନାକ୍ଷୀ ସାହୁ, ପୂଜା ଶତପଥି, ସବିତାରାଣୀ ଦାଶ, ସସ୍ମିତା ସି, ଇପ୍ସିତା ମଲ, ୟୋତିର୍ମୟୀ ଗିରି ପ୍ରମୁଖ ନଜନିଜର ବକ୍ତବ୍ୟ ରଖିଥିଲେ।ଫ୍ରମ ସାଇନ୍ସ ଟୂ ଗ୍ଲୋବାନ ଏକ୍ସନ ଶୀର୍ଷକରେ ବହୁ ଛାତ୍ରଛାତ୍ରୀ ଭାଗ ନେଇ ଓଜନ ଲେୟାର ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ।ଅଧ୍ୟାପିକା ଭାବନା ଭଞ୍ଜଦେଓ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଅଧ୍ୟାପକ ସମ୍ବିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସର ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କଲେଜ ପରିସର ରେ ବୃକ୍ଷ ରୋପଣ କରାଯାଇଥିଲା।

