ମାଲକାନଗିରି,୧୭/୦୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତ ବୁଧବାର ଠାରୁ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଏବଂ ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶୀଳା ହିଆଲଙ୍କ ନେତୃତ୍ୱରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଗୁରୁବାର ଅପରାହ୍ନ ପ୍ରାୟ ୫ ଟା ସମୟରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପରିଷଦର ଅଧକ୍ଷା ସମାରୀ ଟାଙ୍ଗଲୁ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମଞ୍ଜୁଲତା ଭୋଇ,ଭାଗିରଥି ବେହେରା, କୋରୁକୋଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀ, ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ସୁ ଶ୍ରୀ ଗାୟତ୍ରୀ ଦେବୀ, ମାଥିଲି ବ୍ଲକ ଶିକ୍ଷାଧିକାରୀ ସୁମିତ କୁମାର ବିଶ୍ୱାସ, ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ଯୁଗ୍ମ ସମ୍ପାଦକ ଶିବଦତ୍ତ ସାହୁ, ଉତ୍କଳ ସାମ୍ବାଦିକ ସଂଘର କୋରୁକୋଣ୍ଡା ବ୍ଲକ ସଭାପତି ଦୀପକ କୁମାର ମହାରଣା, ଏମଭି-୨୭ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ନାୟକ, ସମାଜସେବୀ ହର ପ୍ରସାଦ ଖାଡେଙ୍ଗା, ବରିଷ୍ଠ ନାଗରିକ ରାଜେନ୍ଦ୍ର କୁଲଦୀପ, ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ଶିକ୍ଷକ ଶେଷଦେବ ପ୍ରଧାନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ପ୍ରଥମେ ମଞ୍ଚାସୀନ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଠାରେ ଦୀର୍ଘ ୨ ଦିନ ଧରି ଚାଲିଥିବା ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ମାନଙ୍କରେ ଜିଲ୍ଲାର ୭ ଗୋଟି ବ୍ଲକର ଛାତ୍ର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ମାନଙ୍କରେ ଅଂଶ ଗ୍ରହଣ କରି ପ୍ରତ୍ୟକ କ୍ରୀଡାରେ ପ୍ରଥମ ଦ୍ୱତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି। ଏଠାରେ ଅନୁଷ୍ଠିତ ହୋଇଥିବା କ୍ରୀଡା ଉତ୍ସବରେ ଶିକ୍ଷକ ମାନସ ରଞ୍ଜନ ଜେନା, ସତ୍ୟ ନାରାୟଣ ଦେ, ପ୍ରଦ୍ୟୁମ୍ନ ସ୍ୱାଇଁ, କଳ୍ପତ୍ତରୁ ନାୟକ, ପ୍ରଶାନ୍ତ କୁମାର ବେହେରା, ବୈକୁଣ୍ଠ ମହାନ୍ତିଙ୍କ ସମେତ ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।

