ମାଲକାନଗିରି,୧୦/୦୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟରେ ସଙ୍ଘ ପକ୍ଷରୁ ଆଜି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ରଣାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ସଙ୍ଘ ପକ୍ଷରୁ ଆୟୋଜିତ ଏକ ବୈଠକରେ ସଂଘର ଜିଲ୍ଲା ସଭାପତି ଅଶୋକ ମିଶ୍ର ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଅସ୍ନି ଏ ଏଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ସଂଘର ସମ୍ପାଦକ ବି ଶ୍ରୀନିବାସ ପାତ୍ର, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୃସିଂହ ଚରଣ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଉପସ୍ଥିତ ଅତିଥି ମାନେ ଶିକ୍ଷକ ଶ୍ରୀ ରଣାଙ୍କ ନିଆରା କାର୍ଯ୍ୟଶୈଳୀ ଓ ଶିକ୍ଷା ଦାନ କ୍ଷେତ୍ରରେ ତାଙ୍କର ଭୂମିକାକୁ ବେଶ
ପ୍ରଶଂସା କରିବା ସହ ଶ୍ରୀ ରଣାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସଂଘର କୋଷାଧକ୍ଷ ହୃଷୀକେଶ ଶେଠୀ, ବରିଷ୍ଟ ଉପଦେଷ୍ଟା ରତ୍ନାକର ଦାସ, ପ୍ରଭାକର ସୁନା, ମନୋଜ ସାହା, ଦିଲୀପ ପଟ୍ଟନାୟକ, ରାହୁଲ ଗୋଲରି, ମାଣିକ ବାଚାର, ରାଜେସ ବେପାରୀ, ମ୍ରିଣାଲ ମଣ୍ଡଲ, ପଙ୍କଜ ଖରା, ବାଦଲ ବିଶ୍ଵାଳ, ବିଜନ ମଣ୍ଡଲ ପ୍ରମୁଖ ଉପସ୍ଥିତ ଥିଲେ।

