ବାରିପଦା, ୦୯/୦୯(ପାଇକପୁଅ) ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ୱାଇଲଡ ଲାଇଫ ଏରିଆରେ ବନ୍ଧୁକ ଧାରୀ ଶିକାରୀ ମାନେ ଶିକାର ପାଇଁ ବେଆଇନ ଭାବେ ପ୍ରବେଶ କରିଥିବା ବେଳେ ଶିମିଳିପାଳରେ ଲାଗିଥିବା ଏଆଇ ଟ୍ରାପ କ୍ୟାମେରାରେ ସେମାନଙ୍କର ଫୋଟ ଏବଂ ଗତିବିଧି କଣ୍ଟ୍ରୋଲ ରୁମରେ କଏଦ ହୋଇଥିଲା।ଏଆଇ କ୍ୟାମେରା ଫୁଟେଜ ଆଧାରରେ ପୋଡାଡିହା ଏବଂ ଭଞ୍ଜବସା ୱାଇଲଡ ଲାଇଫ ରେଞ୍ଜ ର ଷ୍ଟାଫ ଏବଂ ଏସଟିପିଏଫ ଟିମ ଚଢ଼ାଉ କରାଯାଇ ପ୍ରଥମେ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୫ଜଣ ଶିକାରୀ କୌଶଳ କ୍ରମେ ଫେରାର ହୋଇଯାଇଥିଲେ। ଗିରଫ ୨ଜଣ ଶିକାରୀ ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କଟୁରିଆ ଗ୍ରାମର ମାରା ସିଂ (୫୦) ଏବଂ ଗୋବିନ୍ଦ ସୋରେନ(୩୫)ଙ୍କ ଠାରୁ ଦୁଇଟି ଗୁଳି ଭର୍ତ୍ତି ବନ୍ଧୁକ ସହ ଗୋଟିଏ ଧନୁତୀର ଜବଦ କରାଯାଇଥିଲା। ଅଭିଯୁକ୍ତ ମାନଙ୍କୁ ବନ୍ୟପ୍ରାଣୀ ଶିକାର ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ବ୍ୟବହାର ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇ ଶିମିଳିପାଳ ୱାଇଲଡଲାଇଫ ଇଣ୍ଟଲିଜେନ୍ସ ନେଟୱାର୍କ ଦ୍ୱାରା ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ, ସ୍ଥାନୀୟ ଲାବଣ୍ୟଦେଇପୁର ସରପଞ୍ଚ ତୁରାମ ସିଂ ଫେରାର ଆସାମୀଙ୍କୁ ବୁଝା ସୁଝା କରି ଆତ୍ମ ସମର୍ପଣ କରାଇବାରେ ସଫଳ ହୋଇଛନ୍ତି।ଆତ୍ମ ସମର୍ପଣ କରିଥିବା ଶିକାରୀ ମାନେ ଶରତ ଥାନା ଅନ୍ତର୍ଗତ କଟୁରିଆ ଗ୍ରାମର ଚମ୍ପାଇ ସିଂ (୪୮), ପ୍ରଧାନ ସିଂ (୨୮), କର ସିଂ (୩୦), କନ୍ଦା ଗଗରାଇ (୩୫), ଅଇଁଠୁ ସିଂ (୪୦), ରାମସିଂ ଗଗରାଇ(୨୫), ଠାକୁର ସୋରେନ (୨୫) ବୋଲି ଜଣାଯାଇଛି।ଏମାନଙ୍କ ଠାରୁ ୭ଟି ଦେଶୀ ବନ୍ଧୁକ ଜବଦ କରାଯିବା ସହ ବନ୍ୟପ୍ରାଣୀ ଶିକାର ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ବ୍ୟବହାର ଅଭିଯୋଗରେ ଗିରଫ କରାଯାଇଛି ବୋଲି ଶିମିଳିପାଳ ୱାଇଲଡ ଲାଇଫ ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି।

