ବାରିପଦା,୦୭/୦୯(ପାଇକପୁଅ)ଓଡ଼ିଶାର ସର୍ବ ବୃହତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୁରଭଞ୍ଜ କୁ ବିଗତ ୨୦୦୯ ମସିହାରେ ହୋଇଥିବା ଡି-ଲିମିଟେସନରେ ଉପେକ୍ଷା କରାଯାଇଥିବାର ଅଭିଯୋଗ ଆଣି ବିଗତ ୫ ବର୍ଷ ଧରି ଓଡ଼ିଆ ଜାଗରଣ ମଞ୍ଚ ତରଫରୁ ଆନ୍ଦୋଳନ କରାଯାଇ ଆସୁଥିବା ବେଳେ ଆଜି ଓଡ଼ିଆ ଜାଗରଣ ମଞ୍ଚ ତରଫରୁ ପୁନଃ ଡିଲିମିଟେସନ କରାଯାଇ ମୟୂରଭଞ୍ଜ ଜିଲ୍ଲାରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ମଣ୍ଡଳୀ ବୃଦ୍ଧି କରାଯିବାକୁ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ଜରିଆରେ ରାଜ୍ୟ ନିର୍ବାଚନ କମିଶନର ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ କେନ୍ଦୁଝର ଲୋକସଭା କ୍ଷେତ୍ରରେ ଏବଂ ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳିକୁ ବାଲେଶ୍ଵର ଲୋକସଭା କ୍ଷେତ୍ରରେ ରଖାଯାଇଛି। ସେହିପରି ଜିଲ୍ଲାର ପୂର୍ବରୁଥିବା ୧୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ କମାଇ ୯ଟି ଆସନରେ ସୀମିତ ରଖଯାଇଛି। ଜିଲ୍ଲାରେ ଥିବା ଏକମାତ୍ର ପୂର୍ଣ୍ଣାଙ୍ଗ ଲୋକସଭା କ୍ଷେତ୍ର ଆଦିବାସୀ ବର୍ଗ ପାଇଁ ସଂରକ୍ଷିତ ରହିଥିବା ବେଳେ, ୯ଟି ବିଧାନସଭା କ୍ଷେତ୍ର ମଧ୍ୟରୁ କେବଳ ମୋରଡା ଆସନକୁ ଛାଡି ଦେଲେ ଅନ୍ୟ ୮ଟି ଯାକ ଆସନ ସଂରକ୍ଷିତ ରହିଥିବାରୁ ମୟୁରଭଞ୍ଜର ସାଧାରଣ ଜନତା ନିଜର ରାଜନୈତିକ ଅଧିକାରରୁ ବିଶେଷ ଭାବରେ ବଂଚିତ ହେଉଛନ୍ତି। ଏଣୁ ଜିଲ୍ଲାରେ ନିର୍ବାଚନ ମଣ୍ଡଳୀ ପୁନଃ ସୀମା ନିର୍ଦ୍ଧାରଣ କରାଯାଇ ଆୟତନ ଏବଂ ଜନସଂଖ୍ୟା ଦୃଷ୍ଟିରୁ ଜିଲ୍ଲାରେ ୧୨ଟି ବିଧାନସଭା ଆସନ ସହ ଅନୁନ୍ୟ ଦୁଇଟି ଲୋକସଭା ଆସନ ଗଠନ କରିବା ସହ ଗୋଟିଏ ଲୋକସଭା ଆସନ ଏବଂ ଅନୁନ୍ୟ ୩ଟି ବିଧାନ ସଭା ଆସନକୁ ସଂରକ୍ଷଣ ମୁକ୍ତ ରଖାଯିବାକୁ ଦାବୀ କରାଯାଇଛି।ଏହି ଦାବିପତ୍ର ପ୍ରଦାନରେ ଓଡିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ମଞ୍ଚର କର୍ମକର୍ତ୍ତା ପିତାମ୍ବର ମଲ୍ଲିକ, ଉଦୟ ନାଥ ଜେନା, ଗୋଲକ ଚନ୍ଦ୍ର ମହାନ୍ତି, ଆଇନଜୀବୀ ଅରବିନ୍ଦ ଦାସ, ଲିଙ୍ଗରାଜ ମିଶ୍ର, ସତ୍ୟ ନାରାୟଣ ସାହୁ, ସାମ୍ବାଦିକ ଦୀପକ କୁମାର ନାୟକ,ସୁକାନ୍ତ କୁମାର ଜୀଉ ପ୍ରଦୀପ କୁମାର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।ସାମ୍ବାଦିକ ଦୀପକ କୁମାର ନାୟକ, ସୁକାନ୍ତ କୁମାର ଜୀଉ ପ୍ରଦୀପ କୁମାର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।

