ମାଲକାନଗିରି,୦୭/୦୯(ପାଇକପୁଅ)-ୟୁରିଆ ସାର ନେଇ ତାତିଲେ ମହାରାଜପାଲ୍ଲୀ ପଞ୍ଚାୟତର ଚାଷୀ।ଅବରୋଧ କରିଲେ ୩୨୬ନଂ ଜାତୀୟ ରାଜପଥ।ୟୁରିଆ ସାର ଅଭାବକୁ ନେଇ ୩୨୬ ନମ୍ବର ଜାତୀୟ ରାଜପଥରେ ଆନ୍ଦୋଳନ କରି ରାଜରାସ୍ତା ବନ୍ଦ କଲେ ଚାଷୀ। ମାଲକାନଗିରି ଜିଲ୍ଲା କାଲିମେଲା ବ୍ଲକ ମହାରାଜପାଲ୍ଲୀ ପଞ୍ଚାୟତ ସମ୍ମୁଖ ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଲ୍ୟାମ୍ପ ତରଫରୁ ପ୍ରତ୍ୟେକ ପଞ୍ଚାୟତରେ ସାର ଦିଆଯିବାକୁ ଥିବା ବେଳେ ଏବେ ପର୍ଯ୍ୟନ୍ତ ମହାରାଜପଲ୍ଲୀ ପଞ୍ଚାୟତରେ ସାର ପହଞ୍ଚି ପାରିନାହିଁ।ବର୍ତ୍ତମାନ ସୁଦ୍ଧା କେଉଁ କେଉଁ ପଞ୍ଚାୟତରେ ସାର ପହଞ୍ଚି ଥିବା ବେଳେ କେଉଁ କେଉଁ ପଞ୍ଚାୟତରେ ଏବେ ସୁଦ୍ଧା ସାର ପାଇବାରେ ବଞ୍ଚିତ ରହିଛନ୍ତି ଚାଷୀ। ମହାରାଜପଲ୍ଲୀ ପଞ୍ଚାୟତରେ ଏବେ ପର୍ଯ୍ୟନ୍ତ ସାର ପହଁଚି ନଥିବା ବେଳେ ଏହାକୁ ତୀବ୍ର ନିନ୍ଦା କରି ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ ଚାଷୀମାନେ। କିଛିଦିନ ତଳେ ପୁସୁଗୁଡା ପଞ୍ଚାୟତରେ ଚଢା ଦରରେ ସାର ବିକ୍ରିକୁ ନେଇ ରାଜରାସ୍ତା ଅବରୋଧ ହୋଇଥିଲା। ଚାଷୀ ୟୁରିଆ ସାର କଳାବଜାରୀକୁ ନେଇ ରାସ୍ତା ଅବରୋଧ କରିବା ସହ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟରେ ସାର ବିକ୍ରି ହେହୁଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ ପୁସୁଗୁଡା ପଞ୍ଚାୟତବାସୀ।ଦୁଇ ଦିନ ସୁଦ୍ଧା ମହାରାଜପଲ୍ଲୀ ପଞ୍ଚାୟତରେ ୟୁରିଆ ସାର ନ ପହଞ୍ଚିଲେ ପୁଣି ଥରେ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀମାନେ।

