ଭୁବନେଶ୍ଵର,୦୫/୦୯(ପାଇକପୁଅ)ରାଜ୍ୟରେ ବିଦ୍ୟାଳୟ ମାନଙ୍କରେ ଶିକ୍ଷକଙ୍କର ଅଭାବ,ସେତେବେଳେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ତା ୨୨.୧୦.୨୦୨୪ରିଖରେ ଏଲ୍.ଟି.ଆର.ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ କରିଥିଲା । ଯାହାଦ୍ଵାରା ପ୍ରାରମ୍ଭିକ ଏବଂ ମୁଖ୍ୟ ପରୀକ୍ଷା କରି ଟି.ଜି.ଟି. ଶିକ୍ଷକ ପଦବୀ ପୂରଣ କରିଥାନ୍ତା । ଓଡ଼ିଶା ଆର୍ଟସ୍, ପି.ସି.ଏମ୍., ସି.ବି.ଜେଡ୍, ପ୍ରାରମ୍ଭିକ ପରୀକ୍ଷା ଗତ ମାର୍ଚ୍ଚ ୨୨ତାରିଖରେ ସମ୍ପାଦିତ ହୋଇଥିଲା । ପି.ଇ.ଟି, ହିନ୍ଦୀ, ସଂସ୍କୃତ ବିଭାଗରେ ଆଶାୟୀ କମ୍ ଥିବାରୁ ପ୍ରାରମ୍ଭିକ ପରୀକ୍ଷା ନ ହୋଇ ମୁଖ୍ୟ ପରୀକ୍ଷା କରାଯାଇଥିଲା । ମୁଖ୍ୟ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ କେବଳ ଉର୍ଦ୍ଦୁ, ତେଲ୍ଗୁ ଆଦିର ଫଳ ପ୍ରକାଶିତ ହୋଇଥିବା ବେଳେ ଅନ୍ୟ ଫଳାଫଳ ପ୍ରକାଶ ପାଇନାହିଁ । ପି.ଇ.ଟି., ସଂସ୍କୃତର ପରୀକ୍ଷା ୩ ମାସ ହେଲା ପରକ୍ଷା ସାରିଥିଲେ ମଧ୍ୟ ଏଯାଏ ଫଳ ପ୍ରକାଶିତ ହୋଇନାହିଁ । ହିନ୍ଦୀ ବିଭାଗର ୨୦ ମାର୍କର ପେଡାଗୋଜୀ ପରୀକ୍ଷା ହୋଇନାହିଁ। ଗତ ଜୁନ୍ ୨୨ ତାରିଖରେ ସି.ବି.ଜେଡ୍ ଓ ଗତ ଜୁଲାଇ ୧୨ରେ ପି.ସି.ଏମ୍.ର ପରୀକ୍ଷା ସରିଥିଲେ ସୁଦ୍ଧା ଏଯାଏଁ ଫଳାଫଳ ପ୍ରକାଶ ପାଇନାହିଁ । ଏହାସହ ଆର୍ଟସ୍ ଏବଂ ଓଡ଼ିଆର ଏଯାଏଁ ମୁଖ୍ୟ ପରୀକ୍ଷା ତାରିଖ ପ୍ରକାଶ ହୋଇନାହିଁ । ବିଜ୍ଞାପନ ପ୍ରକାଶ ପାଇବାର ୧ବର୍ଷ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇନାହିଁ । ସେଥିପାଇଁ ଆସନ୍ତା ୧୨ତାରିଖ ଦିନ ଲୋୟର ପି.ଏମ୍.ଜି.ଠାରେ ଆଶାୟୀ ସଂଘ ଗଣ ଧାରଣା ଦେବ । ସରକାର ଆମ କଥା ଶୁଣିବେ ବୋଲି ଆମ୍ଭେମାନେ ଆଶାବାଦୀ ଅଛୁ ।

