ଭୁବନେଶ୍ୱର, ୦୨୦୯(ପାଇକପୁଅ) ରାଜଧାନୀ ଭୁବନେଶ୍ଵରର ଗଣେଶ ପୁଜା ମଣ୍ଡପ ରେ ବିଭିନ୍ନ ରାଜନେତା ପହଞ୍ଚି ନିଜର କର୍ମୀ ଙ୍କୁ ଉତ୍ସାହିତ କରିଥାନ୍ତି। ଭୁବନେଶ୍ଵର ମହାନଗର ନିଗମ ର ୫ନଂ ୱାର୍ଡର ଚକେଇସିହାନି ରେ ଏକାଧିକ ପୂଜା ମଣ୍ଡପ ଅଛି। ଏହି ଅଞ୍ଚଳ ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳ ର ଏକ ଛାମୁଆ ସ୍ଥାନ, ଯେଉଁ ଠାରେ ନେତାମାନଙ୍କ ଚିଲ ଭଳି ନଜର ରହିଥାଏ। ୨୦୧୪ ନିର୍ବାଚନରେ ବିଜେଡିର ଦଳୀୟ ସଂକେତରେ ପ୍ରିୟଦର୍ଶୀ ମିଶ୍ର ବିଜୟ ଲାଭ କରି ଏହି ନିର୍ବାଚନ ମଣ୍ଡଲିର ପ୍ରତିନିଧିତ୍ଵ କରିଥିଲେ।
୨୦୧୯ ସାଧାରଣ ନିର୍ବାଚନରେ ଦଳ ପ୍ରିୟଙ୍କ ସ୍ଥାନରେ, ସୁଶାନ୍ତ ରାଉତ(ବାପୁ)ଙ୍କ ନାଁ ରେ ମୋହର ମାରିବାକୁ ନିବେଦନ କରିଥିଲା ବିଜେଡି ଏବଂ ବିଜୟୀ ମଧ୍ୟ କରାଇଥିଲା। ଅନ୍ୟ ପକ୍ଷରେ ପ୍ରିୟଦର୍ଶି ୨୦୨୪ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦବ ବୋଲି ଆଶା ବାନ୍ଧି ବସିଥିଲେ। କିନ୍ତୁ ଦଳ ତାଙ୍କୁ ଭରସା କରି ନଥିଲା,ଯାହା ଫଳରେ ଶ୍ରୀଯୁକ୍ତ ମିଶ୍ର ଗେରୁଆ ଦଳକୁ ଆପଣେଇ ନେଲେ।ବିଜେପି ଟିକେଟରେ ଲଢ଼ି ପରାଜିତ ହୋଇ ଥିଲେ। ଲଗାତାର ୨ଟି ନିର୍ବାଚନ ଜିତି ବିଜେଡି ନେତା ସୁଶାନ୍ତ ରାଉତ ନିଜ ସଂଗଠନକୁ ଆହୁରି ମଜବୁତ କରିଥିଲେ। ଏବେ ବିଜେପି ରାଜ୍ୟ ଆଉ କେନ୍ଦ୍ରରେ ସକ୍ରିୟ ଅଛି, ଯାହାଫଳରେ ବିଜେଡିର ୫ନଂ ୱାର୍ଡରେ ଥିବା ସକ୍ରିୟ ନେତା ଯେଉଁମାନେ କହୁଥିଲେ ତାଙ୍କ ବ୍ଲଡ଼ ବିଜେଡି ପାଇଁ ଏବେ ସେହିନେତା ପ୍ରିୟଙ୍କ ସାଙ୍ଗରେ ଥିବା ବେଳେ କ୍ୟାମେରା ଲେନ୍ସରେ କ୍ୟାପଚର ହୋଇଛନ୍ତି। ବିଜେପିର ମଞ୍ଚନାଥ ମଣ୍ଡଳର ନେତ୍ରୀ ଲିପା ଦାସ, ମୁନସ୍ୱାଇଁ, ନୀଳମଣି ବେହେରା, ବାପି ପତି ଭଳି ବିଜେପି ର ଛାମୁଆ ନେତା ପ୍ରିୟଦର୍ଷୀଙ୍କ ସହ ବିଭିନ୍ନ ପୂଜା ମଣ୍ଡପ ବୁଲି ଦଳ ପାଇଁ ବଳ ଗୋଟାଇବାରେ ସକ୍ଷମ ହୋଇଥିଲେ। ଅନ୍ୟ ପକ୍ଷରେ ସୁଶାନ୍ତ ରାଉତଙ୍କ ଗ୍ରସ୍ତ ଗୋଟିଏ ଦିନରେ ସେହି ଅଞ୍ଚଳ କୁଥିଲା। ପ୍ରିୟଦର୍ଶୀ ଙ୍କ ଗ୍ରସ୍ତମୟରେ ଜନ ଗହଳି ଅଧିକ ଥିବାବେଳେ, ବାପୁଙ୍କ ଗସ୍ତ ସମୟରେ ଏତେଟା ଜନ ଗହଳି ନଥିଲା। ବିଜେଡିର ଛାମୁଆ ନେତା ଭାବେ ଜଣାଶୁଣା ଚୈତନ୍ୟ ଦାସଙ୍କ ବାଇକ ପଛରେ ଶ୍ରୀଯୁକ୍ତ ମିଶ୍ର ବସି ବିଭନ୍ନ ପୂଜା ମଣ୍ଡପ ବୁଲି ନିଜର ଦବ ଦବା ଦେଖାଇଥିଲେ ପ୍ରିୟଦର୍ଶୀ ଓ ତାଙ୍କ ଟିମ୍। ଏଥିରୁ ସ୍ପଷ୍ଟ ମେସେଜ ମିଳୁଥିଲା ବାପୁଙ୍କ ଗଡରେ ପ୍ରିୟଦର୍ଶୀ ଙ୍କ ପ୍ରଭାବ ଯେ କେତେ ।

