ଯୋଡ଼ା, ୦୨/୦୯ (ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ନଗର ନିଗମ ର ପରିମଳ ବ୍ୟବସ୍ଥା ଏପରି ଶୋଚନୀୟ ପରିଣତ ହୋଇଛି ଯାହା କି ଯୋଡ଼ା ର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉ ଥିବାର ଦେଖି ବାକୁ ମିଳିଛି। ମୁଖ୍ୟ ରାସ୍ତା କଡ ଛଡ଼ା ବସ୍ତି ର ଗଳି ମାନଙ୍କରେ ଯେଉଁଠି ଦେଖିବ ଖାଲି କୁଡ଼ କୁଦ ଅଳିଆ ଗଦା।କାଗଜ ପତ୍ର ରେ ସଫେଇ ହେଉଥିବା ବେଳେ ପ୍ରକୃତରେ କାର୍ଯ୍ୟ କ୍ଷେତ୍ରରେ ସେପରି ଦେଖିବାକୁ ମିଳୁନାହିଁ। ବର୍ଷାଦିନେ ଗ୍ରାସ କଟିଙ୍ଗ,ବ୍ଲିଚିଂ ଓ ମଶା ଧୂଆଁ ପରି ପ୍ରତିଷେଧକ ବ୍ୟବସ୍ଥା ନ ହେବାରୁ ମଶା ର ପାଦ୍ରୁ ଭାବ ବଢ଼ିବାରେ ଲାଗିଛି। ଅଳିଆ ବୁହା ଗାଡ଼ି ଦଶ ଦିନରେ ଥରେ ମଧ୍ୟ ବସ୍ତି ଭିତରକୁ ଯିବା ଦେଖିବାକୁ ମିଳୁନାହିଁ ତେଣୁ ଲୋକମାନେ ରାସ୍ତା କଡରେ ଫାଙ୍କା ଜାଗାରେ ଅଳିଆ ପକାଉଥିବା ଦେଖିବାକୁ ମିଳୁଛି ଯେପରି ନଗର ନିଗମ ର ସଫେଇ ବ୍ୟବସ୍ତା ରେ କୌଣସି ହାତ ନ ଥିବା ପରି ଜଣାପଡେ। ତେବେ ଭେଣ୍ଡର ବଦଳି ହେବା ପୂର୍ବରୁ ଦିନକୁ ୮୬ଜଣ ଶ୍ରିମିକ ଠିକ୍ ଠାକ୍ କାମ କରୁଥିବା ବେଳେ ନୂଆ ଭେଣ୍ଡର୍ ଦିନକୁ ୧୬୦ଜଣ ଶ୍ରମିକଙ୍କୁ କାମରେ ଲଗାଇ କିପରି ସଫେଇ କାର୍ଯ୍ୟ ଠିକ୍ ଠାକ୍ ହୋଇପାରୁନାହିଁ ତାହା ଯୋଡ଼ା ଜନସାଧାରଣ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି କିନ୍ତୁ କାମକରୁଥିବା ଶ୍ରମିକ ମାନଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ ପ୍ରତ୍ୟେକ ଦିନ ୬୦ ରୁ ୭୦ ଜଣ କାମ କରିବାକୁ ଆସୁ ,ତେବେ କଣ ପ୍ରକୃତରେ କାଗଜ ପତ୍ର ରେ କାମ ଚାଲିଛି? ଏହି କାମକୁ କଟକ ର ଭେଣ୍ଡର କଳିଙ୍ଗ ବିକାଶ କନଷ୍ଟକ୍ସନ ପାଇଥିବାବେଳେ ତାହାର ମାଲିକଙ୍କୁ ପଚାରିବାରୁ ସେ କହିଁଥିଲେ ଯେ ୧୬୦ଜଣ ଶ୍ରମିକ କାମ କରୁଛନ୍ତି ମୁଁ କେବଳ ଶ୍ରମିକ ମାନଙ୍କ ପେମେଣ୍ଟ ସମୟରେ କଟକ ରୁ ଯୋଡ଼ା ଯାଏ କାମ ତଦାରଖ କରିବାକୁ ସୁପର୍ ଭାଇସର ମାନେ ଅଛନ୍ତି। ତେଣୁ ଯୋଡ଼ା ପରି ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଭେଣ୍ଡର ଉପସ୍ଥିତ ନ ରହୁଥିବା ଯୋଗୁଁ କାମ ଠିକ୍ ଠାକ୍ ହେଉ ନ ଥିବାର ଜନସାଧାରଣ ରେ ଚର୍ଚ୍ଚା ହୁଏ। ତେବେ ଯୋଡ଼ାର ପରିମଳ ବ୍ୟବସ୍ଥା ଏପରି ରହେ ଆଗକୁ ଡେଙ୍ଗୁ, ମେଲେରିଆ ଓ ବିଭିନ୍ନ ପ୍ରକାର ଚର୍ମ ରୋଗ ବ୍ୟାପିବ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି ।

