ମାଲକାନଗିରି,୨୮/୦୮ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ସହର ସ୍ଥିତ କାଳୀ ମନ୍ଦିର ପ୍ରାଙ୍ଗଣରେ ଉତ୍କଳୀୟ ବୈଦିକ ବ୍ରାହ୍ମଣ ସମାଜ ର ପାରିବାରିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠରେ ବାଲିମେଳା ଓ ନିଳାକାମ୍ବେରୁ ଅଞ୍ଚଳର ପ୍ରାୟ ୧୫୦ ରୁ ଉର୍ଦ୍ଧ ପରିବାର ଏହି ବୈଠକ ରେ ଯୋଗ ଦେଇଥିଲେ। ବୈଠକ ଆରମ୍ଭରେ ଶ୍ରୀ ଦୁର୍ଗାମାଧବ ଙ୍କ ତୈଳ ଚିତ୍ର ରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଅରମ୍ବ କରାଯାଇଥିଲା। ବୈଠକ ରେ ଅସ୍ଥାୟୀ ଭାବେ ମନୋନୀତ ହୋଇଥିବା ସଭାପତି ଶାରଦା ପ୍ରସାଦ ଦାସ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ପଦ୍ମନାଭ ପଣ୍ଡା, ବରିଷ୍ଠ ପୁରୋହିତ ରଙ୍କନିଧି ରଥଶର୍ମା, ଗଜେନ୍ଦ୍ର ମହାନ୍ତି, ପୁରୋହିତ ବାସୁଦେବ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ପୁରୋହିତ ରଥଶର୍ମା ନିଜ ବକ୍ତବ୍ୟରେ ଆସିଥିବା ସମସ୍ଥ ବ୍ରାହ୍ମଣ ପରିବାରକୁ ଧନ୍ୟବାଦ ଦେବା ସହ ବେଦଧ୍ୱନି ମାଧ୍ୟମରେ ବ୍ରାହ୍ମଣ ର ପକୃତ ପରିଚୟ ର ବ୍ୟାଖ୍ୟା କରିଥିଲେ। ଏଥିସହିତ ସମ୍ପାଦକ ନିଜ ବକ୍ତବ୍ୟରେ ଏହି ପରିବାରକୁ ଶୃଙ୍ଖଳିତ ପରିବାର ଗଢିବା ନିମନ୍ତେ ଉପଦେଶ ଦେଇଥିଲେ। ଏହାପରେ ଆସିଥିବା ସମସ୍ତ ପରିବାର ଏହି ସମାଜ ଗଠନ ନିମନ୍ତେ ଖୁସି ବ୍ୟକ୍ତ କରିବା ସହିତ ଏହି ସମାଜ ଆଗାମୀ ଦିନରେ ସମସ୍ତ ପରିବାର ପାଇଁ ସୁଖ ଦୁଃଖର ସାଥି ହୋଇ ରହିବ ବୋଲି ସଭାପତି ଶ୍ରୀ ଦାସ କହିଥିଲେ। ଉତ୍ତମ ସମାଜ ଗଠନ ଓ ନୀତି ନିୟମ କୁ ସମସ୍ତ ବ୍ରାହ୍ମଣ ପରିବାର ପାଳନ କରିବା ପାଇଁ ଶପଥ ନେଇଥିଲେ। ଆଗାମୀ ଦିନରେ ଏହି ସମାଜ ଆହୁରି ସୃଦୁଢ଼ କରିବା ପାଇଁ ସମସ୍ତେ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ। ଏଥିସହ ବୈଠକରେ ବ୍ରାହ୍ମଣ କେବଳ ଗୋଟିଏ ଜାତି ନୁହେଁ, ବ୍ରାହ୍ମଣ ହେଉଛି ଶୃଙ୍ଖଳିତ ସମାଜ ର ସଂସ୍କାରକ ବୋଲି ଆଲୋଚନା କରାଯାଇଥିଲା। ସଭା ଶେଷ ହେବାପରେ ସମସ୍ତେ ଅନ୍ନଭୋଗ ସେବନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଭାବଗ୍ରାହୀ ତ୍ରିପାଠୀ , ବାସୁଦେବ ପଣ୍ଡା , ବରିଷ୍ଠ ବ୍ରାହ୍ମଣ ଶ୍ୟାମସୁନ୍ଦର ପଣ୍ଡା , ଶିବପ୍ରସାଦ ଖାଡଙ୍ଗା, ବଦ୍ରୀ ପ୍ରସାଦ ମିଶ୍ର , ଅନ୍ତର୍ଯ୍ୟାମୀ ପଣ୍ଡା , ପ୍ରଶାନ୍ତ ପାଢ଼ୀ ,ଆଲୋକ ମହାପାତ୍ର ,ଟୁକୁନା ପ୍ରସାଦ ବଡୁ, ପ୍ରମୋଦ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା ପୁରୋହିତ ଶୁଭାଶିଷ କର କରିଥିଲେ।

