ବାରିପଦା,୨୭/୦୮(ପାଇକପୁଅ)ସହିଦ ମହାବିଦ୍ୟାଳୟ,ବାରାପୁରରେ ବରିଷ୍ଠତା ଦୃଷ୍ଟି କୋଣରୁ ବ୍ରଜମୋହନ ଙ୍କୁ ଅଧ୍ୟକ୍ଷ ପଦରୁ ଅନ୍ତର କରି କିଛି ମୁଷ୍ଟିମେୟ ଗୋଷ୍ଠୀ ତାଙ୍କ ଠାରୁ ୪ବର୍ଷ ଜୁନିୟର ଡ଼ମ୍ବରୁ ଧର ପାତ୍ର ଙ୍କୁ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ବ୍ରଜମୋହନ ଓଡିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇ ଡବ୍ଲ୍ୟୁପିସି ନଂ୪୧୩୯୧/୨୦୨୩ମୂଳେ ମାମଲା ଦାଏର କରି ଥିଲେ।ମାନ୍ୟବର ଉଚ୍ଚ ନ୍ୟାୟାଳୟ ମାମଲାର ଗମ୍ଭୀରତାକୁ ଉପଲବ୍ଧି କରି ଡ଼ମ୍ବରୁ ଧର ପାତ୍ରଙ୍କ ଅଧ୍ୟକ୍ଷ ପଦ ରଦ କରିବା ସହିତ ୪ ସପ୍ତାହ ମଧ୍ୟରେ ବ୍ରଜ ମୋହନଙ୍କୁ ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ପ୍ରଶାନ୍ତ କୁମାର ତ୍ରିପାଠୀ ପରିଚାଳନା କରୁଥିବା ବେଳେ, ବ୍ରଜ ମୋହନଙ୍କ ଛାତ୍ର ଯୁବ ଆଇନଜୀବୀ ଚନ୍ଦ୍ରକାନ୍ତ ସ୍ୱାଇଁ ପ୍ରତକ୍ଷ୍ୟ ଭାବରେ ସହଯୋଗ କରୁଥିଲେ। ହାଇକୋର୍ଟ ଆଦେଶ ଆସିବା ପରେ ଉଚ୍ଚ ନ୍ୟାୟାଳୟ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିଛନ୍ତି ଏବଂ ଛାତ୍ର ଚନ୍ଦ୍ରକାନ୍ତ ଏକଲବ୍ୟ ପରି ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି ବୋଲି ଅଧ୍ୟକ୍ଷ ବ୍ରଜମୋହନ ନିଜ ପ୍ରତିକ୍ରିୟାରେ କହିଛନ୍ତି।

