ବାରିପଦା, ୨୭/୦୮(ପାଇକପୁଅ)ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଚୟନ କମିଟିରେ ମୟୁରଭଞ୍ଜର କଂଗ୍ରେସ ଯୁବନେତା ଅଂଶୁମାନ ଦାସ ସ୍ଥାନ ପାଇଛନ୍ତି।ଏନେଇ ଅଲ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ଘୋଷଣା କରାଯାଇଛି।ପ୍ରତି ଜିଲ୍ଲାରେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ପାଇଁ ରାଜ୍ୟ କମିଟି ପକ୍ଷରୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଉଛି।ଏହିକ୍ରମରେ ମୟୁରଭଞ୍ଜ ଜିଲ୍ଲାରୁ କନିଷ୍ଠ ଯୁବନେତା ଭାବେ ଅଖିଳ ଭାରତୀୟ କଂଗ୍ରେସ କମିଟି ତରଫରୁ ସ୍ଥାନ ପାଇଛନ୍ତି ଶ୍ରୀ ମହାନ୍ତି।କଂଗ୍ରେସ ଦଳର ଜଣେ ଦକ୍ଷ ଯୁବନେତା ଭାବେ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲା ମଜଦୂର କଂଗ୍ରେସ ଯୁବ ସଭାପତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଏବଂ ଅଧକ୍ଷ, ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ରହି ସାରିଛନ୍ତି।ସଠିକ ଭାବେ କାର୍ଯ୍ୟଧାର ପାଇଁ ତାଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି।ଏନେଇ କଂଗ୍ରେସ କର୍ମକର୍ତ୍ତା ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

