ବାରିପଦା, ୨୩/୦୮(ପାଇକପୁଅ)ଘାନାର ଆକ୍ରା ଠାରେ ଅନୁଷ୍ଠିତ ଘାନା ଗ୍ରାଣ୍ଡ ସ୍ଲାମ – ୨୦୨୫ ରେ ଭାରତ ପାଇଁ ପ୍ରତିନିଧିତ୍ବ କରିଥିବା ଦୁଇ ଖେଳାଳି ରନର୍ସଅପ ହୋଇ ଦେଶ ରାଜ୍ୟ ତଥା ମୟୁରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ମୟୁରଭଞ୍ଜର ଆୟୁଷ ପଟ୍ଟନାୟକ ଓ ଅନୁଗୁଳର ଅବିନାଶ ମହାନ୍ତିଙ୍କ ଯୋଡ଼ି ଫାଇନାଲ ମ୍ୟାଚରେ ଇଣ୍ଡୋନେସିଆର ପୁଲୁଙ୍ଗ ରାମଧାନ ଓ ଅଂଶେଳମୁସ ବ୍ରେଗିଡ ଫ୍ରେଡିଙ୍କ ଯୋଡି ଠାରୁ ୧୧-୨୧ ଓ ୧୩-୨୧ ସେଟରେ ପରାସ୍ତ ହୋଇ ରନର୍ସ ଅପ ହେବା ସହ ରୌପ୍ୟ ପଦକ ହାସଲ କରିଛନ୍ତି।ଏହି ସଫଳତା ପାଇଁ ଜିଲ୍ଲାପାଳ ହେମାକାନ୍ତ ସୟ, ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ, ବ୍ୟାଡ଼ମିଣ୍ଟନ ଆସୋସିଏସନର ସମ୍ପାଦକ ବିଭୁତିଭୂଷଣ ଦାସ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।ଆୟୁଷଙ୍କ ସଫଳତା ଯୁବ ବେଡ଼ମିଣ୍ଟନ ଖେଳାଳିଙ୍କ ମଧ୍ୟରେ ପ୍ରେରଣା ଯୋଗାଇଦେବ ବୋଲି ସମ୍ପାଦକ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ବାରିପଦା ମୁନିସିପାଲିଟି ଅନ୍ତର୍ଗତ ବେଲଗଡ଼ିଆର ଆୟୁଷ ଇଣ୍ଡୋର ଷ୍ଟାଡିୟମରେ କୋଚ ବିଭୁତି ଭୂଷଣଙ୍କ ଠାରୁ ଖେଳ ଆରମ୍ଭ କରି ପରବର୍ତ୍ତୀ ସମୟରେ ଜିଲ୍ଲା, ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉନ୍ନତମାନର ଖେଳ ପ୍ରଦର୍ଶନ କରି ବହୁବାର ପୁରସ୍କୃତ ହୋଇଛନ୍ତି।

