ମାଲକାନଗିରି,୨୩/୦୮ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଆଜି ଜଙ୍ଗଲରେ ଗଚ୍ଛିତ ଥିବା ବିପୁଳ ପରିମାଣର ଗଂଜେଇ କୁ ଜବତ କରିଛି ଓରକେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ କତାପାଲି ଜଙ୍ଗଲରେ ବିପୁଳ ପରିମାଣର ଗଂଜେଇ ଗଛିତ ଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ଶୁକ୍ରବାର ମଧ୍ୟାହ୍ନ ସମୟରେ ଖବର ପାଇଥିଲେ। ଏହାପରେ ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ମନୋହର ସାହୁ ଙ୍କ ନେତୃତ୍ୱରେ ଏକ ଟିମ ବାଲିମେଳା-ବେଜିଂଗୁଡା ମୂଖ୍ୟ ରାସ୍ତାର କତାପାଲି ଗ୍ରାମରେ ଥିବା ଜଙ୍ଗଲ କୁ ଯାଇ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ୯ ଟି ବସ୍ତାରେ ୧୯୨ କିଲୋ ୬୦୦ ଗ୍ରାମ ଗଂଜେଇ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଉକ୍ତ ସମସ୍ତ ଗଞ୍ଜେଇ ବସ୍ତା ଗୁଡିକୁ ଓରକେଲ ଥାନାକୁ ନିଆଯାଇଥିଲା। ତେବେ ଉକ୍ତ ଗଂଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ରୁ ଉର୍ଦ୍ଧ୍ବ ହେବା ସହ ଚାଲାଣକାରୀ ମାନେ ଉକ୍ତ ଗଂଜେଇ କୁ ବାହାରକୁ ଚାଲାଣ ନିମନ୍ତେ ରଖିଥିବା ତଦନ୍ତକାରୀ ଅଧିକାରୀ ମିଲନ ବାରିହା କହିଛନ୍ତି। ଆଜି ଉକ୍ତ ସମସ୍ତ ଗଞ୍ଜେଇ ବସ୍ତା ଗୁଡିକୁ ଜବତ କରି ମାଲଖାନା କୁ ପଠାଯାଇଥିବା ଥାନାଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

