ବାରିପଦା, ୨୩/୦୮(ପାଇକପୁଅ) କଲ୍ୟାଣୀ ମହିଳା ସମିତି ସଭାଗୃହରେ ମୟୁରଭଞ୍ଜ ବରିଷ୍ଠ ନାଗରିକ ମଞ୍ଚ ଜାତୀୟ ବରିଷ୍ଟ ନାଗରିକ ଦିବସ ସଭାପତି ପ୍ରଦୀପ୍ତ କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ବିକଶିତ ମୟୁରଭଞ୍ଜ ୨୦୫୦ ଖସଡ଼ା ପ୍ରସ୍ତୁତି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି।ସାଧାରଣ ସମ୍ପାଦକ ଡ଼ ଶ୍ୟାମସୁନ୍ଦର ଦାସଙ୍କ ସଂଯୋଜନାରେ ଜିଲ୍ଲାର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, କୃଷି, ଶିଳ୍ପ, ରେଳ, ସଡ଼କ, ପାନୀୟ ଜଳ, ବାସଗୃହ, ସ୍ୱାସ୍ଥ୍ୟ, ବିଶ୍ୱବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ସମ୍ପୂର୍ଣ ଭେଷଜ ମହାବିଦ୍ୟାଳୟ ଇତ୍ୟାଦି ଆଲୋଚନା ହୋଇ ଆସନ୍ତା ଡ଼ିସେମ୍ବର ମାସ ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ବର୍ଗଙ୍କ ପରାମର୍ଶରେ ମାର୍ଗଦର୍ଶି ଖସଡ଼ା ପ୍ରସ୍ତୁଡ଼ି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟତିଥି ଭାବରେ ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣନନ୍ଦ ମହାନ୍ତି ଯୋଗଦେଇ ବରିଷ୍ଠ ନାଗରିକ ମାନେ ଜିଲ୍ଲାର ପ୍ରଗତି ପାଇଁ ମନ୍ଥନ କରୁଥିବାରୁ ଧନ୍ୟବାଦ ଦେଇଥିଲେ। ବିଶିଷ୍ଠ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଡ଼. ବିଜୟ କୁମାର ଅଗ୍ରୱାଲ ମାର୍ଗଦର୍ଶନ କରି କେନ୍ଦ୍ରରୁ ମୟୁରଭଞ୍ଜ ମିଶ୍ରଣ ଚୁକ୍ତି ଦଲିଲ ସଂଗ୍ରହ କରିବାକୁ ପରାମର୍ଶ ଦେଇ ଥିଲେ। ସେବାନିବୃତ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ସାହୁ, କାର୍ତ୍ତିକେଶ୍ୱର ମହାନ୍ତି ଓ ଅବସର ପ୍ରାପ୍ତ ଶିକ୍ଷକ ନରସିଂହ ବାରିକ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇ ଥିଲେ। ଉପସଭାପତି କଳ୍ପନା ଷଡ଼ଙ୍ଗୀ, ଡ଼ ସୁଶାନ୍ତ କୁମାର ପାତ୍ର, ଗଙ୍ଗାଧର ବେହେରା, କୁମାର ରଞ୍ଜନ ପଣ୍ଡା, ରାଜକୁମାର ମିଶ୍ର, ପ୍ରଭାତୀ ମଞ୍ଜରୀ ଦାଶଶର୍ମା, ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁକାନ୍ତ କୁମାର ଦ୍ବିବେଦୀ, ପୂର୍ବତନ ଅଧ୍ୟକ୍ଷା ଝରଣା ବେହେରା, ଜଗନାଥ ମିଶ୍ର, ପ୍ରତିଭା ମିଶ୍ର, ଗୋକୁଳଚନ୍ଦ୍ର ଦାସ, ନିଜନିଜର ମତାମତ ଉପସ୍ଥାପନ କରି ଥିଲେ. ଆଶୁକବୟିତ୍ରୀ ସବିତା ମିଶ୍ର ବରିଷ୍ଠଙ୍କ ଉପରେ କବିତା ପଠନ କରିଥିବା ବେଳେ, ସରୋଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧକ୍ଷ ମୁରଲିପାତ୍ର, ବରେନ୍ଦ୍ର ମହାନ୍ତି, ସଭନା ଆଚାର୍ଯ୍ୟ ମୋତିଲାଲ ଗୁପ୍ତା, ପ୍ରଫୁଲ ଚନ୍ଦ୍ର ଦାଶ ହେମନ୍ତ ଚନ୍ଦ୍ର ଦାଶ ପ୍ରମୁଖ ସଭା ପରିଚାଳନାରେ ସହାୟତା କରିଥିଲେ।

