ଯୋଡା,୧୦/୧୦(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ରେ ଯୋଡ଼ା ଟ୍ରକ୍ ମାଲିକ ସଂଘ ର ନିର୍ବାଚନ ଆସନ୍ତା ୧୨ ତାରିଖରେ ହେବାକୁ ଥିବାବେଳେ ଆଜି ଏକ ବିରାଟ ସଭା ର ଆୟୋଜନ ବିଲେଇ ପଦା ସ୍ତିତ ଶିଶୁମନ୍ଦିର ନିକଟସ୍ଥ ଏକ ପଡ଼ିଆରେ ଆୟୋଜିତ ହୋଇଥିଲା। ଏହିସଭା ରେ ଜା ଟୁ ଆ ର ଶହ ଶହ ସଂଖ୍ୟାର ସଭ୍ୟ ମାନେ ଯୋଗ ଦେଇଥିଲେ।ଏହି ସଭାରେ ଚମ୍ପୁଆ ବିଧାୟକ କହି ଥିଲେ ଯେ ପୂର୍ବ ରୁ ଆସୋସିଏସନ୍ ରେ ଥିବା ସଭାପତି ଓ ସମ୍ପାଦକ ଡି ଓ କୁ ବିକ୍ରି କରି କୋଟି କୋଟି ଟଙ୍କାର ମୁନାଫା କରିଛନ୍ତି।ଯଦି ୧୦୦ ଡି ଓ ଥା ଏ ତେବେ ସେଥିରୁ ୨୦ ଟି ଡି ଓ ଗାଡ଼ି ମାଲିକଙ୍କୁ ଦେଇ ପ୍ରାୟ ଡି ଓ ପ୍ରତି ୩୦୦୦ ହଜାର ରୁ ୫୦୦୦ ଟଙ୍କା ରେ ବିକ୍ରି କରି ଥାଆନ୍ତି।ତେଣୁ ଡି ଓ ଅଭାବରୁ ଯେଉ ଗାଡ଼ି ମାଲିକ ର ୫ ଟି ଗାଡ଼ି ଥିଲା ତାର ବର୍ତ୍ତମାନ ଗୋଟିଏ ଗାଡ଼ି।କାରଣ କାହାର ଗାଡ଼ି ଟଣା ହୋଇଗଲା ତ କିଏ ବିକ୍ରି କରି ଦେଲା।ଏହି ପରି ଅନେକ କଥା କହିବା ପରେ କହିଥିଲେ ଯେ ମୁଁ ଦେଇ ଥିବା ୫ ଜଣ ପ୍ରାର୍ଥୀ ଙ୍କୁ ଭୋଟ ଦେଇ ଜିତନ୍ତୁ ମୁଁ ଆପଣ ମାନଙ୍କ ପଛରେ ଅଛିଏବଂ ନିଜ ଭାଗ୍ୟ ନିର୍ଦ୍ଧରଣ ନିଜେ ଭୋଟ ଦେଇ କରିହେବ ଆଗକୁ ଯେତେ ଅସୁବିଧା ଆସିଲେ ମୁଁ ସମ୍ମୁଖରେ ତମସହ ରହିବି ।ଡି ଓ ବିକ୍ରି ହେବ ନାହିଁ ,୧୦ ଦିନ ମଧ୍ୟ ରେ ଗାଡ଼ି ଭଡ଼ା ପେମେଣ୍ଟ କରାଯିବ,ଗାଡ଼ି ଭଡ଼ା ଅଫିସ ରେ ନିର୍ଦ୍ଧାରିତ ହେବ,୫ ବର୍ଷ ପୂର୍ବରୁ ଯେଉଁ ଭଡ଼ା ଥିଲା କମିଥିବା ଭଡାକୁ ବର୍ଦ୍ଧିତ କରାଯିବ। ତେବେ ଏହି ସଭାରେ ସଭାପତି ପ୍ରାର୍ଥୀ ରାଜେଶ୍ ରୋଶନ ଉପସଭାପତି ଦିପକ ମହାନ୍ତ, ସମ୍ପାଦକ ରବି ନାରାୟଣ ଦାସ ଯୁଗ୍ମ ସମ୍ପାଦକ ମହେଶ ସିଂହ କୋଷାଧକ୍ଷ ଗୌତମ ବେହେରା ଙ୍କ ସହିତ ମା ଟୁ ଆ ର ସଭାପତି ଚତୁର୍ଭୁଜ ପଲେଇ ଓ ସମ୍ପାଦକ ସହିତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ମଞ୍ଚାସିନ ଥିଲେ।

