ବାରିପଦା, ୦୧/୧୦(ପାଇକପୁଅ)ବାରିପଦାସ୍ଥିତ ଡିଭାଇନ ଗ୍ରୁପ ଅଫ ଇନ୍ଷ୍ଟିଚ୍ୟୁସନ୍ସ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଛାତ୍ରଛାତ୍ରୀଙ୍କୁ ଈଶ୍ୱରବିଶ୍ୱାସୀ ଓ ପରିଶ୍ରମୀ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ପରିଷଦ ଉତ୍ତର ମଣ୍ଡଳର ଉପସଚିବ ରାଜେଶ କୁମାର ପ୍ରଧାନ, ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ବରିଷ୍ଠ ପଦାର୍ଥ ବିଜ୍ଞାନ ଅଧ୍ୟାପକ ମନୋଜ ରଞ୍ଜନ ଦାଶ ଓ ଜିଲ୍ଲା ଶିକ୍ଷା ମଣ୍ଡଳର ବରିଷ୍ଠ ଅଧିକାରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଯୋଗଦେଇ ବୈଷୟିକ ଓ ବିଜ୍ଞାନ ଶିକ୍ଷାର ଆବଶ୍ୟକତା ତଥା ଶିକ୍ଷାର ଗୁଣବତ୍ତା ଉପରେ ଆଲୋଚନା କରିଥିଲେ. ଡିଭାଇନର ନିର୍ଦ୍ଦେଶକ ଇଂ. ବିପ୍ଲବ ଭଞ୍ଜନ ବୁଗୁଡେଇ, ଇଂ. ଗୌରବ ବୁଗୁଡେଇ ଛାତ୍ରଛାତ୍ରୀଙ୍କୁ ସମାଜ ପ୍ରଗତୀରେ ସହଯୋଗୀ ଭାବେ କାର୍ଯ୍ୟ କରି ସମୃଦ୍ଧ ସମାଜ ଗଠନ କରିବାକୁ ଆହ୍ୱାନ ଦେଇଥିଲେ। ଉତ୍ସବରେ ଡିଭାଇନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିବ୍ୟଶଙ୍କର ପାଲ ଓ ଡିଭାଇନ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଅଧ୍ୟକ୍ଷ ଇଂ. ଅଭିନ୍ନ କୁମାର ଦାସଙ୍କ ସମେତ ଅନୁଷ୍ଠାନର କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଡିପ୍ଲୋମା ଇଲେକ୍ଟ୍ରିକାଲ ବିଭାଗର ପ୍ରିୟା ମଣ୍ଡଳଙ୍କୁ ‘ମିସ ଫ୍ରେଶର’ ଏବଂ ମେକାନିକାଲ ବିଭାଗର ସବ୍ୟସାଚୀ ମିଶ୍ରଙ୍କୁ ‘ମିଷ୍ଟର ଫ୍ରେସର’ ଭାବେ ଚୟନ କରାଯାଇଥିଲା। ସେହିପରି ଯୁକ୍ତ ଦୁଇ ବିଜ୍ଞାନରେ ପ୍ରିୟଙ୍କା ରାଉତ ‘ମିସ ଫ୍ରେସର’ ଓ ଭବାନୀ ଶଙ୍କର ମହାନ୍ତ ‘ମିଷ୍ଟର ଫ୍ରେସର’ ହୋଇଥିଲେ। ଏହି ଅବସରରେ ଆୟୋଜିତ ରିଲ୍ସ ପ୍ରତିଯୋଗିତାରେ ଦୀପକ କୁମାର ପାତ୍ର ପ୍ରଥମ, ଚିନ୍ମୟ ସେନ ଦ୍ୱିତୀୟ ଏବଂ ବିର୍ଜୁ ତାମୁଡିଆ ଓ ସହିଲ କୁମାର ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ସହଯୋଗରେ ଆୟୋଜିତ ଏହି ସ୍ୱାଗତ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା.

