ବାରିପଦା, ୦୯/୦୯(ପାଇକପୁଅ) ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ଏଆଇ ମାଧ୍ୟମରେ ବିକୃତ, ଅଶ୍ଳୀଳ ଓ ଅପମାନଜନକ ଭାବରେ ପ୍ରସ୍ତୁତ କରି ସୋସିଆଲ ମିଡିଆ ପ୍ରଚାର କରାଯାଇଥିବା ଅଭିଯୋଗରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବିଜେପିର ଅନୁସୂଚିତ ଜାତି ମୋର୍ଚା ଜିଲ୍ଲା ଉପସଭାପତି ସଞ୍ଜିତ ବେହେରା ଓ ଅନ୍ୟ ମାଙ୍କ ନାମରେ ଅଭିଯୋଗ ହୋଇଛି।ଏତେଲା ଦାଏର ବେଳେ ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ଆଭାସ ଦେ, ବିଜୁ ଯୁବ ଜନତା ଦଳର ଜିଲ୍ଲା କାର୍ଯ୍ୟକାରି ସଭାପତି ସୁନୀଲ ନାୟକ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଜିତ ପଟ୍ଟନାୟକ, ଚିତ୍ରେଶ୍ୱର ବେହେରା, ଦୀପକ କୁମାର ମଢୁଆଳ, ଅଭୟ କୁମାର ସିଂ, ସେକ ହାକିମ ଉଦ୍ଦିନ, ଭୀଷ୍ମ ନାରାୟଣ ନାୟକ, ବିଶ୍ୱଜିତ ପରିଛା, ଦେବବ୍ରତ ସେନାପତି, ତରୁଣ ନାୟକ ବିଜନ କୁମାର ଗିରି, ରାମ ଚନ୍ଦ୍ର ବିଶ୍ୱାଳ, ଶୁଭଙ୍କର ସାହୁ, ସତ୍ୟମ ରଣା, ମନିଷ ଗିରି, ଦୀପକ ସାହୁ, ତନ୍ମୟ ପରିଡା, ଅଭିଜିତ କଲିଆ, ରାହୁଲ ନାୟକ, ଅମିତ କୁମାର ବୈଠା, ବିଭୁ ଶଙ୍କର ପଟ୍ଟନାୟକ, ସୌମ୍ୟ ରଞ୍ଜନ ଦାସ, ଆଶିଷ କୁମାର ପରିଡା, ତନ୍ମୟ ମହାନ୍ତ, ଦୁର୍ଗା ମହାନ୍ତ, ଅଭିନାଶ ବେହେରା, ସେହେଜାନ ଖାନ, ଅଭିନାଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

