ଯୋଡା, ୦୪/୦୯(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ମ୍ୟୁନିସିପାଲଟି ଅନ୍ତର୍ଗତ ଯୋଡା ମହିଳା ମହାବିଦ୍ୟାଳୟରେ ବିପର୍ଯ୍ୟୟ ପ୍ରସ୍ତୁତି ଉପରେ ଏନ୍ ଡି ଆର୍ ଏଫ୍ ତରଫରୁ ଏକ ପ୍ରଶିକ୍ଷଣ କର୍ମଶାଳା କଟକ ମୁଣ୍ଡୁଳି ସ୍ଥିତ ତୃତୀୟ ବାଟାଲିୟନ ଏନ୍ ଡି ଆର୍ ଏଫ୍ ଇନ୍ସପେକ୍ଟର ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଏକ ଛଅ ଜଣିଆ ଟିମ୍ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କୂ ପ୍ରଶିକ୍ଷଣ ଦେଇଥିଲେ ! ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ କଲେଜର ଯୁବ ରେଡକ୍ରସ ସଂସ୍ଥା ଆୟୋଜନ କରିଥିଲା ଏଥିରେ ବିଶେଷଜ୍ଞ ପ୍ରଶିକ୍ଷକ ଦଳର ପରିଚୟ ପ୍ରଦାନ କରିଥିଲେ କଲେଜର ଯୁବ ରେଡକ୍ରସ +୩ ପରାମର୍ଶଦାତା ପବିତ୍ର ମୋହନ କର , ଅଧ୍ୟକ୍ଷ ପ୍ରଦୀପ କୁମାର ବେହେରା ବିଶେଷଜ୍ଞମାନଙ୍କ ଉଦ୍ଦେଶ୍ୟରେ ସ୍ବାଗତ ଭାଷଣ ଦେଇଥିଲେ ଓ ଯୁବ ରେଡକ୍ରସ +୨ ପରାମର୍ଶଦାତା ଐଶ୍ଵର୍ଯ୍ୟାମୟୀ ପାତ୍ର ପ୍ରଶିକ୍ଷଣ ଶେଷରେ ବିଶେଷଜ୍ଞମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାକୁ ପରିଦର୍ଶନ କରିବା ସହିତ ନିଜର ବାର୍ତ୍ତା ମାଧ୍ୟମରେ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।କେନ୍ଦୁଝର ରେଡକ୍ରସ ଶାଖାର ଯୁଗ୍ମ ସଚିବ, ଏ ଆର୍ ଖାନ୍ ଓ ରେଡକ୍ରସର ଆଜୀବନ ସଦସ୍ୟ ଏବଂ ସୁନାମଧନ୍ୟ ଦାନ୍ତ ବିଶେଷଜ୍ଞ ଡାକ୍ତର ସଂଜୀବ କୁମାର ଓତା । ଏଥିରେ କଲେଜର ଛାତ୍ରୀମାନଙ୍କ ସହିତ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିଥିବା ଅଧ୍ୟାପକ ଓ କର୍ମଚାରୀମାନେ ହେଲେ ଶୁଶ୍ରୀ ଶୂଭଦର୍ଶିନୀ ପଣ୍ଡା, ସୁମନ ପ୍ରଭା ତିର୍କୀ, ଲିତା ପାତ୍ର, ବବିତାରାଣୀ ସିଂହ, ଜଗମୋହନ ଝଙ୍କାର, ଭାରତୀ ଭଗବତୀ, ସ୍ଵାଗତିକା ସାହୁ, ସୁହାସିନୀ ରଥ, ରୁଧେନ୍ଦ୍ର ସାହୁ, ରୁକ୍ମଣୀ ବେହେରା, ପଙ୍କଜ ଦାସ, ବିଷ୍ଣୁପ୍ରିୟା ପତି ଓ ହେମନ୍ତ ପାତ୍ର ।

