ମାଲକାନଗିରି, ୩୦/୦୭ (ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୁଲିସ ବେଆଇନ ବାଲି ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, କାଲିମେଳା ଥାନାଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଥିବା ଏମ୍ପିଭି-୩୩ ଗ୍ରାମ ନିକଟରେ ଯାଞ୍ଚ ବେଳେ ବେଆଇନ ଭାବେ ବାଲି ପରିବହନ କରୁଥିବା ଏକ ମହିନ୍ଦ୍ରା ଟ୍ରାକ୍ଟର ଓ ଟ୍ରଲିକୁ ଜବତ କରାଯାଇଥିଲା। ଏହି ଘଟଣାରେ ଗିର୍କାନପାଲ୍ଲୀ ଗ୍ରାମ ର ବିଷ୍ଣୁ ଝରାବାଲା (୨୩)ଙ୍କୁ ପୁଲିସ ଗିରଫ କରିଛି। ଜବତ ହୋଇଥିବା ବାଲି ବୋଝେଇ ଟ୍ରାକ୍ଟର ଓ ଟ୍ରଲିର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ବୋଲି ପୁଲିସ ସୂଚନା ଦେଇଛି। ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟ ର ବିଷୟ ହେଉଛି ଟ୍ରାକ୍ଟର ରେ ନମ୍ବର ପ୍ଲେଟ୍ ଲାଗିବା ବଦଳରେ ବଡ ବଡ ଅକ୍ଷରେ ପ୍ରେସ ଲେଖା ରହିଛି। ଟ୍ରାକ୍ଟର ରେ ପ୍ରେସ ଲେଖା ରହିବା ବିଷୟକୁ ନେଇ ସାଧାରଣରେ ଚର୍ଚ୍ଚା ବର୍ତ୍ତମାନ ଜୋର୍ ଧରିଛି।

