କଳାହାଣ୍ଡି, ୨୭/୦୭(ପାଇକପୁଅ)ଥାନାରେ ଏତଲା ଦେଲେ ଦାନା ମାଝୀ।ଏକଦା ନିଜ ମୃତ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ପାଦରେ ଚାଲି ଚାଲି ନିଜ ଗ୍ରାମକୁ ଆଣି ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା କଳାହାଣ୍ଡି ଜିଲ୍ଲର ଦାନା ଆଇନଗତ ପଦକ୍ଷେପ ନେଇଛନ୍ତି । ତାଙ୍କ ଜୀବନର ଘଟଣା ଓ କାହାଣୀକୁ ନେଇ ନିର୍ମାଣ କରାଯାଇଛି ସିନେମା “ଲାଶ”। ମାତ୍ର ସିନେମାର ପ୍ରଯୋଜକ ମନୋଜ ବାଗ୍ ଏଥିପାଇଁ ତାଙ୍କ ଠାରୁ ଅନୁମତି ନେଇ ନଥିବାରୁ ସେ ବଲାଙ୍ଗୀର ଜିଲ୍ଳା ପାଟଣାଗଡ଼ ଥାନାରେ ଏତଲା ଦେଇଥିବା ଜଣା ପଡିଛି।

