ବାରିପଦା, ୧୮/୦୭(ପାଇକପୁଅ)ଲୋକାଲ ଟ୍ରକ ମାଲିକ ସଂଘ ପକ୍ଷରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥଯାତ୍ରା ଅବସରରେ ପ୍ରଶଂସନୀୟ କାର୍ଯ୍ୟ ସମ୍ପାଦିତ ହୋଇଛି। ସଂଘ ପକ୍ଷରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ଆବଶ୍ୟକୀୟ ବସ୍ତ୍ର କ୍ରୟ କରି ଜିଲ୍ଲା ଦେବତ୍ତୋର ଅଧିକାରୀ ତଥା ସଦର ଉପଜିଲ୍ଲାପାଳ କସ୍ତୁରୀ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା।
ଏହା ସହିତ ଦୁଇଦିନିଆ ରଥଟଣା ସମୟରେ ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ପାଣି ଓ ଜଳଖିଆ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଉଦଘାଟନ କରି ସଂଘର ଏହି ସେବାମୂଳକ କାର୍ଯ୍ୟର ପ୍ରଶଂସା କରିଥିଲେ।
ସଂଘର ସଭାପତି କମଳେନ୍ଦୁ କୁମାର ଦାସ ଏବଂ ସମ୍ପାଦକ ପ୍ରକାଶ କର ମହାପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଉପସଭାପତି ରବୀନ୍ଦ୍ର ଜେନା, କୋଷାଧ୍ୟକ୍ଷ ଜଗତ ଜୀବନ ରାମ, ସହକାରୀ ସମ୍ପାଦକ ଅଭିଷେକ ମହାପାତ୍ର ସମେତ ମୁରାରୀ ଲାଲ ଶର୍ମା, ସନ୍ତୋଷ କୁମାର ଖଣ୍ଡେଲୱାଲ, ଅରୁଣ ଦାସ, ସତ୍ୟଜିତ କର, ଶିବ କୁମାର ସିଂହ, ଭଗବାନ ଆଚାର୍ଯ୍ୟ, ପ୍ରମୋଦ କୁମାର ଅଗ୍ରୱାଲ, ମୋହନ ଅଗ୍ରୱାଲ, ସନ୍ତୋଷ ରାଣା, ଆଶିଷ ନାୟକ, ଉଦୟ ବାରିକ, ଅଜିତ ପାଳପାବୁ, ମାନସ ଦାସ, ଦିଲୀପ ବେହେରା, ଜିତେନ୍ଦ୍ର ମହାନ୍ତ, ବିନିତ ଅଗ୍ରୱାଲ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଭକ୍ତଙ୍କ ସେବା ପାଇଁ ଲୋକାଲ ଟ୍ରକ ମାଲିକ ସଂଘର ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି।

