ଯୋଡ଼ା,୧୫/୦୭(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳର ବହୁଚର୍ଚିତ ମାଇନିଂ ଏରିଆ ଟିପର ମାଲିକ ସଙ୍ଘ ର ନିର୍ବାଚନ ବେଶ ଶାନ୍ତିପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହୋଇ ଫଳାଫଳ ଘୋଷଣା କରାଯାଇଥିଲା। ସକାଳ ୭ ଘଟିକା ରୁ ସନ୍ଧ୍ୟା ୫ ଘଟିକା ସମୟ ମଧ୍ୟରେ ମୋଟ ୯୪୬ ଜଣ ନିଜର ମତଦାନ ସାବସ୍ତ୍ୟ କରିଥିଲେ।ନିର୍ବାଚନ ଫଳାଫଳରେ ସଭାପତି ରୂପେ ଚତୁର୍ଭୁଜ ପଲେଇ ୭୭୮ ଭୋଟ ପାଇ ଏକ ତରଫା ବିଜୟ ଲାଭ କରିଥିବା ବେଳେ ସମ୍ପାଦକ ଭାବେ ସତ୍ୟପ୍ରିୟ ବାରିକ ମୋଟ ୭୦୩ ଭୋଟ ପାଇ ବିଜୟ ହୋଇଛନ୍ତି। ।ସେହିପରି ଯୁଗ୍ମ ସମ୍ପାଦକ ଭାବେ ସାଗର ମଙ୍ଗରାଜ ୬୩୮ ଖଣ୍ଡ ଭୋଟ କୋସାଧ୍ୟକ୍ଷ ଭାବରେ ସୁରେଶ ଗିରି ୬୬୭ ଖଣ୍ଡ ଭୋଟ ଏବଂ ଉପସଭାପତି ରୂପେ ଅଜୟ ସିନହା ୭୦୩ ଭୋଟ ଏକ ତରଫା ବିଜୟ ହୋଇଥିଲେ।ତେବେ ନିର୍ବାଚିତ ହୋଇ ସଭାପତି ଏବଂ ସମ୍ପାଦକ ବିଜୟ ଶ୍ରେୟ ସମସ୍ତ ଭଟର ଙ୍କୁ ଦେବା ସହ ସ୍ତାନୀୟ ବିଧାୟକ ଶ୍ରୀଯୁକ୍ତ ସନାତନ ମହାକୁଡ଼ ଙ୍କୁ ଦେଇଥିଲେ।ବିଜୟ ପରେ ମାଟୋଆ ଅଫିସ ସମ୍ମୁଖରେ ସମର୍ଥକ ମାନେ ନାରା ଦେବା ସହ ଆତିଶ ବାଜିରେ ବିଜେତା ସହ ଏକ ରାଲି ବାହାର କରିଥିଲେ।

