ବାରିପଦା, ୧୭/୦୬(ପାଇକପୁଅ) ସାରା ରାଜ୍ୟରେ ଭତ୍ତା ସମସ୍ୟାକୁ ନେଇ ଅନେକ କଷ୍ଟ ଯନ୍ତ୍ରଣା ଭୋଗୁଛନ୍ତି ସମାଜିକ ସୁରକ୍ଷା ବିଭାଗର ଭତ୍ତା ହିତାଧିକାରୀ। ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ଦିବ୍ୟାଙ୍ଗ ମହାସଂଘ ଜିଲ୍ଲା ସଭାପତି ଅରୁଣ କୁମାର ବେହେରାଙ୍କ ସହ ଉପଖଣ୍ଡ ସଭାପତି ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଆୟଜନ କରି ନିଜ ମତ ରଖିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ବାଚନୀ ଇସ୍ତାହାରରେ କହିଥିଲେ , ସରକାରଙ୍କୁ ଆସିଲେ ସମସ୍ତ ଭତ୍ତା ହିତାଧିକାରୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରିବେ, କିନ୍ତୁ ଦୁଃଖର ବିଷୟ ଯେ ୩ ମାସ ହେଲାଣି ଏପଯ୍ୟନ୍ତ ବ୍ୟାଙ୍କ ଖାତାକୁ ଆସୁଥିବା ଭତ୍ତା ଟଙ୍କା ଆସିନାହିଁ।ଯାହା ଫଳରେ କି ହଜାର ହଜାର ଦିବ୍ୟାଙ୍ଗ, ବୃଦ୍ଧ, ବିଧବା, ଅସହାୟ ଲୋକେ ଭତ୍ତା ପାଇବାରୁ ବଞ୍ଚିତ ହୋଇ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି।ଏବେ ମୟୂରଭଞ୍ଜ ଜିଲ୍ଲାରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଯୋଜନାରେ ୧୧୯୪୫୦ ଜଣ ଓ ମଧୁବାବୁ ଭତ୍ତା ଯୋଜନାରେ ୨୪୦୯୯୯ ଜଣ ଭତ୍ତା ପାଉଛନ୍ତି ଏବଂ ନୂତନ ଭତ୍ତା ଆବେଦନ କରି ଭତ୍ତା ପାଇବା ଆଶାରେ ୪୪୬୩୪ ଜଣ ଅପେକ୍ଷାରେ ଅଛନ୍ତି।ସରକାରଙ୍କ ନୂତନ ଯୋଜନା ଅନୁସାରେ ୮୦% ରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧାଙ୍କୁ ୩୫୦୦ ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି ଏହି ଯୋଜନାରେ ମୟୂରଭଞ୍ଜ ଜିଲ୍ଲାରେ ୨୯,୦୦୦ ଜଣଙ୍କୁ ଚିହ୍ନଟ କରିଥିବା ବେଳେ ୨୭,୦୦୦ ଜଣ ୩୫୦୦ ଟଙ୍କା ଭତ୍ତା ପାଉଥିବା ବେଳେ ଆହୁରି ୨୦୦୦ ଲୋକ ଚିହ୍ନଟ ହୋଇ ୩୫୦୦ ଟଙ୍କା ଭତ୍ତା ପାଇବା ପାଇଁ ଅପେକ୍ଷାରେ ଅଛନ୍ତି।
ଏତେ ସବୁ ଭତ୍ତା ସମସ୍ୟା ସମାଧାନ ନକରି ମୟୂରଭଞ୍ଜ ଜିଲ୍ଲାରେ ବିଜେପି ସରକାରଙ୍କ ପକ୍ଷରୁ ଦୁଇବର୍ଷ ପୂର୍ତ୍ତି ପାଳନ ଉତ୍ସବ ପାଳନ କରାଯାଉଥିବାରୁ ସଂଘ ପକ୍ଷରୁ ଘୋରନିନ୍ଦା କରାଯାଇଛି। ଜିଲ୍ଲାରେ ଦିବ୍ୟାଙ୍ଗ ମାନଙ୍କ ମଧ୍ୟ ଅନେକ ସମସ୍ୟା ଥିବା ବେଳେ ସମସ୍ୟା ସମାଧାନ ପାଇଁ ରାଜ୍ୟସରକାରଙ୍କ ଉପରେ ଭରଷା ନକରି ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଅନୁମତି ନମିଳିବାରୁ ସାମ୍ବାଦିକ ସମ୍ମିଳନୀରେ ନିଜର ଦାବି ପୂରଣ ପାଇଁ ଜିଲ୍ଲା ଦିବ୍ୟାଙ୍ଗ ମହାସଂଘ ପକ୍ଷରୁ ସରକାରଙ୍କ ଠାରେ ଦାବି ଜଣେଇଛନ୍ତି।

