ମାଲକାନଗିରି,୧୧/୬(ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଆଜି ଛୁରା ଭୂଷିବା ଘଟଣାରେ ଜଣେ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ ଓରକେଲ ଥାନା ପାଚେରୀ ପରିସରରେ ନୂତନ କରି ଥାନା ର ଏକ କୋଠା ନିର୍ମାଣ କାର୍ଯ୍ୟ ଚାଲିଛି। ଉକ୍ତ କୋଠାରେ ବିଶ୍ୱନାଥ ସର୍ଦାର ଏବଂ ଶ୍ୟାମ ସୁନ୍ଦର ସରକାର ନାମକ ଦୁହେଁ ଯୁବକ ଶ୍ରମିକ ଭାବେ କାମ କରୁଥିଲେ। ତେବେ ଦୁହିଁଙ୍କ ବାଇକ ଏକ ପ୍ରକାର ହୋଇଥିବା ବେଳେ ଜଣଙ୍କ ବାଇକ ର କିଛି ପାର୍ଟସ ଅନ୍ୟ ଜଣେ ବାଇକ ଚାଳକ ଚୋରି କରିଥିବା ନେଇ ଦୁହିଁଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଘଟଣାଟି ବଚସା ରୁ ଏପରି ସୃଷ୍ଟି ହୋଇଥିଲା ଯେ ଶେଷରେ ରାଗରେ ଉତକ୍ଷିପ୍ତ ହୋଇ ବିଶ୍ୱନାଥ ସର୍ଦାର ନାମକ ଯୁବକ ଶ୍ୟାମ ସୁନ୍ଦର ସରକାର ଙ୍କୁ ଛୁରା ରେ ପଛପଟୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପରେ ବିଶ୍ୱନାଥ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଶ୍ୟାମ ସୁନ୍ଦର ସଙ୍ଗେ ସଙ୍ଗେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଓରକେଲ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଥାନାଧିକାରୀ ଧୀରେନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ସତଧର ମଣ୍ଡଳଙ୍କ ନେତୃତ୍ୱରେ ଏକ ଟିମ ବିଶ୍ୱନାଥ କୁ କର୍କଟପାଲି ଅଞ୍ଚଳରୁ ଗିରଫ କରିଥିଲେ। ବର୍ତ୍ତମାନ ଶ୍ୟାମ ସୁନ୍ଦର ଚିକିତ୍ସାଧିନ ଅବସ୍ଥାରେ ମାଲକାନଗିରି ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଆଜି କେସ ନଂ ୧୭୦/୨୬ରେ ଅଭିଯୁକ୍ତ ବିଶ୍ୱନାଥ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

