ବାରିପଦା, ୦୨/୦୬(ପାଇକପୁଅ)ବାରିପଦା ତକତପୁର ଠାରେ ଜେକେ ଡ୍ୟାନ୍ସ ଏକାଡେମୀ ଉଦଘାଟିତ ହୋଇ ଯାଇଛି। ଏହି ଏକାଡେମୀରେ ବସ୍ତି ଅଞ୍ଚଳର ଅନାଥ ପିଲାଙ୍କୁ ମାଗଣାରେ ନୃତ୍ୟ, ଚିତ୍ରକଳା ଏବଂ କରାଟେ ମାର୍ଶାଲ ଆର୍ଟ ଶିକ୍ଷା ପ୍ରଦାନ କରାଯିବା ସହିତ ସମସ୍ତ ବର୍ଗର ପିଲାମାନେ ଶିକ୍ଷା ଲାଭ କରି ପାରିବେ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଦିଲ୍ଲୀପ ପାତ୍ର କହିଛନ୍ତି। ସାମ୍ବାଦିକ ଦୀପକ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ବିଶିଷ୍ଟ ଅତିଥି ଭାବରେ ବାରିପଦା ପୋଲିସ ଉପଖଣ୍ଡ ଅଧିକାରୀ ପ୍ରଭାତ କୁମାର ମଲ୍ଲିକ, ସମ୍ମାନିତ ଅତିଥି ଭାବରେ କାଉନସିଲର ଅନନ୍ତ ଦାସ, ଝାଡ଼ଖଣ୍ଡ ର ପ୍ରସିଦ୍ଧ ନୃତ୍ୟ କରିୟ ଗ୍ରାଫର ମାଷ୍ଟର ସାହିଲ ଏବଂ ଚିତ୍ର କଳା ତଥା କରାଟେ ପ୍ରଶିକ୍ଷକ ଆଶିଷ କୁମାର ଦେ ପ୍ରମୁଖ ଯୋଗଦେଇ ଜେକେ ଡ୍ୟାନ୍ସ ଏକାଡେମୀର ବସ୍ତି ଅଞ୍ଚଳର ଗରିବ ପିଲାଙ୍କୁ କଳା କ୍ଷେତ୍ରରେ ମାଗଣାରେ ପ୍ରଶିକ୍ଷଣ ପ୍ରଦାନ କରିବା ଭଳି ମହାନ ଚିନ୍ତାଧାରାକୁ ପ୍ରଶଂସା କରିବା ସହିତ ପିଲା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ଜେକେ ଡ୍ୟାନ୍ସ ଗ୍ରୁପର ପ୍ରତିଷ୍ଠାତା ଜଗା ରାଉତଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ନଗରପାଳ ଶ୍ରୀ ମହାନ୍ତି ଉକ୍ତ ବସ୍ତିକୁ ଭଲ ରାସ୍ତା ନଥିବାରୁ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କାର୍ଯ୍ୟକ୍ରମରେ ବହୁ କୁନିକୁନି ପିଲାଙ୍କ ସହିତ ଅଭିଭାବକ, ଏବଂ ସ୍ଥାନୀୟ ଜନତା ଯୋଗଦେଇଥିବା ବେଳେ, ନିର୍ଦ୍ଦେଶକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

