ଯୋଡ଼ା, ୨୧/୦୫(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ମହିଳା ସଶକ୍ତିକରଣ ବାଟବଣା।ପୂର୍ବ ସରକାର ସମୟରେ ମହିଳା ନାମକୁ ମାତ୍ର ଥିବା ବେଳେ ବିଜେପି ତାଙ୍କୁ ସଶକ୍ତ କରିବାକୁ ଅଣ୍ଟା ଭିଡୁ ଥିଲେବି ନିଜ ପାଟିର ମହିଳା କାଉନସିଲରଙ୍କ ସ୍ବାମୀ ନିଜେ ସାକାର କରିବାକୁ ଦେଉ ନଥିବା ଏକ ବିଡ଼ମ୍ବନାର ବିଷୟ। ଏହା ବିଜେପିର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହିଳା ସଶକ୍ତିକରଣ ଉଦ୍ୟମକୁ ପରିହାସ ନୁଁହେତ? ମହିଳା ଜନପ୍ରତିନିଧି ନିଜେ ନିଜର ସାମ୍ବିଧାନିକ ଦାୟିତ୍ବ ତୁଲାଇବାକୁ ସରକାର ବାରମ୍ବାର ତାଗିଦ କରୁଥିଲେବି ପ୍ରତିନିଧିଙ୍କ ସ୍ବାମୀ ମହିଳାଙ୍କୁ ଗୃହିଣୀ ସଜେଇ ନିଜେ କ୍ଷମତାର ଉପଯୋଗ କରି ନିଜକୁ କାଉନସିଲର ବୋଲି ପ୍ରତିପାଦିତ କରୁଛନ୍ତି । ଯାହା ବହୁ ଦିନରୁ ଯୋଡ଼ା ମୁନିସିପାଲିଟିରେ ଦେଖିବାକୁ ମିଳୁଛି । ତେବେ ପୂର୍ବ ସରକାରର ପୁରୁଣା ପ୍ରଥାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ପୂର୍ଣ୍ଣ ମୂଳପୋଛ କରି ଯେଉଁ ମହିଳା ସଶକ୍ତି କରଣ ଅଭିଯାନ ଚଳାଇଛନ୍ତି ତାହା କିପରି ମହିଳା ଲୋକପ୍ରତିନିଧି ନିଜେ ନିଜର ଦାୟୀତ୍ୱ ତୁଲେଇ ଵାକୁ ଉଦ୍ୟମ କରୁଥିବାବେଳେ ଯୋଡ଼ା ମୁନିସିପାଲିଟିରେ ମହିଳା କାଉନସିଲରଙ୍କ ସ୍ଵାମୀ ନିଜ ଦଳର ଲକ୍ଷ୍ୟକୁ ପଥ ଭ୍ରଷ୍ଟ କରାଇ ନିଜର ପତିଆରା ସାବ୍ୟସ୍ତ କରୁଥିବାର ଅଭିଯୋଗ ଅନ୍ୟ ମହିଳା କାଉନସିଲର ଖୋଦ୍ ଅଭିଯୋଗ କରିଛନ୍ତି। କାଉନସିଲର ସ୍ଵାମୀଙ୍କ ଦବଦବାରେ ପକୃତ କାଉନସିଲରଙ୍କୁ ଅଣ ଦେଖାକରି ବୈଠକ ଡକା ଯାଇଥିଲା। କାଉନସିଲରମାନେ ଅଭିଯୋଗ କରିଛନ୍ତି ତେବେ ସେମାନେ ଏହା ମଧ୍ୟ କହିଛନ୍ତି ଏହା କେମିତିକା ସାମ୍ବିଧାନିକ ବ୍ୟବସ୍ଥା ଯାହା ଆମ ମୁନିସିପାଲଟିରେ ପରିଚାଳିତ ହେଉଅଛି। କାଉନସିଲ ବୈଠକରେ ସ୍ଵାମୀଙ୍କ ପ୍ରତିନିଧିତ୍ଵ ଅଧିକାର ନା ନିୟମ ଉଲଙ୍ଘନ ସାଧାରଣରେ ଚର୍ଚ୍ଚା।

