ମାଲକାନଗିରି,୧୩/୦୫ (ସୁଧାଂଶୁ ଶେଖର ମହାନ୍ତି)ନର୍ସିଂ ଅଫିସରଙ୍କୁ ନିଆରା ଢଙ୍ଗରେ ସ୍ୱାଗତ ଜଣାଇଲେ ଶତାଧିକ ମହିଳା, ଫୁଲତୋଳା ସହ ଫୁଲମାଳ ଏବଂ ବାଜା ବଜାଇ ଆଦିବାସୀ ନୃତ୍ୟ ଢେମ୍ସା ର ତାଳେ ତାଳେ ଜଣେ ନର୍ସିଂ ଅଫିସର ଙ୍କୁ ସ୍ୱାଗତ ଜଣାଇଛନ୍ତି ଅଞ୍ଚଳର ଶତାଧିକ ମହିଳା। ଆଜି ଏପରି ନିଆରା ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ସହର ସ୍ଥିତ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରରେ। ସ୍ୱାସ୍ଥ୍ୟକେନ୍ଦ୍ରରେ ପୁନଃ ନର୍ସିଂ ଅଫିସର ଭାବେ ମୀରାରାଣୀ ସେଠୀ ଯୋଗଦାନ କରିବା ପରେ ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ନର୍ସିଂ ଅଫିସର ମୀରା ଆଜକୁ ଦୀର୍ଘ ବର୍ଷ ହେବ ବାଲିମେଳା ତଥା ଏହାର ଆଖପାଖ ଅଞ୍ଚଳର ମହିଳାମାନଙ୍କ ଅସୁବିଧା ସୁବିଧା ରେ ଛିଡା ହେବା ସହ ଯଦି କେହି ଗରିବ ଶ୍ରେଣୀର ଲୋକ ମେଡିକାଲ କୁ ଯାଆନ୍ତି ତ ସେ ନିଜ ବେତନ ରୁ ମଧ୍ୟ ଟଙ୍କା ଦେଇ ସାହାର୍ଯ୍ୟ ର ହାତ ବଢାଇଥାନ୍ତି। ତେବେ ତାଙ୍କର ବିଭାଗୀୟ ଡେପୁଟେସନ ହେତୁ ସେ ଅନ୍ୟତ୍ର ଚାଲି ଯାଇଥିଲେ। ଆଜି କିନ୍ତୁ ପୁନଃ ତାଙ୍କର ଯୋଗ ଦେବା ଅଞ୍ଚଳବାସୀ ଶୁଣି ଶତାଧିକ ମହିଳା ନିଜସ୍ୱ ଇଚ୍ଛାରେ ଆସି ଆଜି ଏହି ସ୍ୱାଗତ ସମ୍ବର୍ଦ୍ଧନା ମୀରାରାଣୀ ଙ୍କୁ ଜଣାଇଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଅଞ୍ଚଳବାସୀ ଙ୍କ ଖୁସି ଦେଖି ନର୍ସିଂ ଅଫିସର ମୀରାରାଣୀ ଭାବବିହ୍ଵଳ ହେବା ସହ ସେ ସର୍ବଦା ସହରବାସୀ ଙ୍କ ପାଇଁ ନିଜର ସେବା ଜାରି ରଖିବେ ବୋଲି ଦୃଢୋକ୍ତି ଦେଇଛନ୍ତି। ତେବେ ଜିଲ୍ଲାର ସମଗ୍ର ଅଞ୍ଚଳରେ ତ ଏହିଭଳି ନର୍ସିଂ ଅଫିସର ତ କାର୍ଯ୍ୟରତ ଅଛନ୍ତି କିନ୍ତୁ ମୀରାରାଣୀ ଙ୍କ ଏହି ନିଃସ୍ୱାର୍ଥପର ଜନସେବା ପାଇଁ ଆଜି ସେ ସାଧାରଣରେ ପ୍ରିୟର ପାତ୍ର ହୋଇ ପାରିଛନ୍ତି। ତେବେ ତାଙ୍କ ଭଳି ନର୍ସିଂ ଅଫିସର ଟେ ପାଇ ଅଞ୍ଚଳର ଶତାଧିକ ମହିଳା ନିଜକୁ ଧନ୍ୟ ମନେ କରିଥିବା ପ୍ରକାଶ କରିଛନ୍ତି। ଆଜିର ଏହି ସମ୍ବର୍ଦ୍ଧନା ସମୟରେ ନର୍ସିଂ ଅଫିସର ଶ୍ରୀମତୀ ସେଠୀ ଙ୍କ ସମେତ ଅଞ୍ଚଳର ଶତାଧିକ ମହିଳା ଏବଂ ମେଡିକାଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

