ଯୋଡ଼ା,୨୧/୦୪(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ମ୍ୟୁନିସିପାଲଟି ଅନ୍ତର୍ଗତ ଏକ ନମ୍ୱର ୱାର୍ଡ ଶାସ୍ତ୍ରୀନଗର ବାବା ତ୍ରିନାଥ ଦେବଙ୍କ ସହ ଶ୍ରୀ ଶ୍ରୀ ଶନିଦେବ ଏବଂ ପଞ୍ଚମୁଖୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଳନ ଗତ ୧୯ ତାରିଖରୁ ଆରମ୍ଭ ହୋଇ ଆସନ୍ତା ବୁଧବାର ଦିନ ସମାପନ ହେବା।ତେବେ ରବିବାର ଅଙ୍କୁରାରୋପଣ ସୋମ ବାର ଜଳଯାତ୍ରା, ସୂର୍ଯ୍ୟପୂଜା, ଅଷ୍ଟମ ପ୍ରହର ନମଯଜ୍ଞ,ଗୋପୂଜା,ଅଗ୍ନି ସ୍ଥାପନ, ତ୍ରିନାଥ ଦେବ, ଶନି ଦେବ ଏବଂ ହନୁମାନଙ୍କର ଷୋଡଶ ପୂଜା, ମଙ୍ଗଳବାର ପୂର୍ବ ଦିନ ପରି ପୂଜା ସହ ଯଜ୍ଞାଦି କର୍ମ,ଗିତାଯଜ୍ଞ ପୂର୍ଣ୍ଣାହୁତି ଓ ରାତ୍ର ସାତ ଘଟିକାରେ ପାଲା ପରିବେଷଣ ଏବଂ ବୁଧବାର ସନ୍ଧ୍ୟା ସାତ ଘଟିକାରେ ପାଲା ପରିବେଷଣର ବ୍ୟବସ୍ତା କରାଯାଇଅଛି।ତ୍ରିନାଥ ମନ୍ଦିର କମିଟିର ସଭାପତି ଗୋପାଳ ଚନ୍ଦ୍ର ସାହୁ ସମ୍ପାଦକ ବିମଳ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉତ୍ସବକୁ କିପରି ସରସ ସୁନ୍ଦର ହୋଇ ପାରିବ ତଦାରଖ କରୁଥିଲେ।ଶାସ୍ତ୍ରୀ ନଗରର ସମସ୍ତ ଜନ ସାଧାରଣ ଏଥିରେ ଯୋଗଦେଇ ଉତ୍ସବକୁ ଆହୁରି ସରସ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସୋମବାର ଏବଂ ମଙ୍ଗଳବାର ପ୍ରସାଦ ସେବନର ବ୍ୟବସ୍ତା ମଧ୍ୟ କରାଯାଇଛି।ଏଥିସହିତ କୁନ୍ଦୁରୁ ନାଲାସ୍ଥିତ ଶିବମନ୍ଦିର ପ୍ରାଙ୍ଗଣରେ ହନୁମାନଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ପ୍ଲାଣ୍ଟ ଗେଟସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ନୂତନ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବ ବହୁ ଧୂମଧାମ୍ ର ସହିତ ପାଳନ କରାଯାଇଛି।
