କୋଣାର୍କ, ୨୦/୦୪(ପାଇକପୁଅ)କୋଣାର୍କ ଥାନା ଅଧୀନ ମା’ଙ୍କର ଗୋରଡି ଗ୍ରାମର ମହାବୀର ମନ୍ଦିର ପ୍ରାଙ୍ଗଣରେ ୯ତମ ଅଷ୍ଟମ ପ୍ରହରୀ ନାମଯଜ୍ଞ ଓ ବିଶ୍ୱଶାନ୍ତି ମହାଯଜ୍ଞ ସହିତ ମହାବୀର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ରବିବାର ଦିନ ପବିତ୍ର ଚନ୍ଦ୍ରଭାଗା ତୀର୍ଥରୁ ୧୦୮ କଳସୀ ପାଣି ତୋଳା କାର୍ଯ୍ୟକ୍ରମ ହୋଇଥିବା ବେଳେ ସୋମବାର ପ୍ରତ୍ୟୁଷରୁ ହରିନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା। ସେହିପରି ଗ୍ରାମରେ ଅବସ୍ଥିତ ମହାବୀର ମନ୍ଦିର ପ୍ରତିଷ୍ଠା ଓ ପାର୍ଶ୍ୱ ଦେବତା ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଅଛି। ଅଷ୍ଟମ ପ୍ରହରୀ ନାମଯଜ୍ଞରେ କର୍ତ୍ତା ଭାବେ ବେଣୁଧର ସ୍ୱାଇଁ ଓ ମନ୍ଦିର ପ୍ରତିଷ୍ଠାରେ କର୍ତ୍ତା ରୂପେ ଅକ୍ଷୟ ଜେନା କାର୍ଯ୍ୟ ସମ୍ପାଦନା କରିଥିବା ବେଳେ ଗ୍ରାମର ସଭାପତି କୃଷ୍ଣ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ କାର୍ତ୍ତିକ ପ୍ରଧାନ,ପବିତ୍ର ଓଝା, ବାବାଜୀ ରାଉତ, ଦିପୁନା ସ୍ୱାଇଁ, ବିଜୟ ସ୍ୱାଇଁ, ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ସମେତ ଗ୍ରାମର ସମସ୍ତ ଗ୍ରାମବାସୀ ବୃନ୍ଦ ମିଶି ଅନୁଷ୍ଟିତ ଧାର୍ମିକ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ।ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
