ମାଲକାନଗିରି,୧୪/୦୪ (ସୁଧାଂଶୁ ଶେଖର ମହାନ୍ତି)
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଆଜି ବାବା ସାହେବ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଡାକ୍ତର ବି ଆର ଆମ୍ବେଦକର ସ୍ମୃତି କମିଟି ପକ୍ଷରୁ ଏହି ଜୟନ୍ତୀ ପାଳନ କରାଯାଉଥିବା ବେଳେ ଏହି ଅବସରରେ ସହରର ନୂଆସାହି ଠାରୁ ପ୍ରଥମେ ଆଦିବାସୀ ବାଦ୍ୟର ତାଳେ ତାଳେ ଏକ ବିଶାଳ ରାଲି ରେ ବାହାରି ଆମ୍ବେଦକର ଛକ ନିକଟରେ ଏହି ରାଲି ପହଁଚିଥିଲା। ଏହାପରେ ଡାକ୍ତର ବି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଉପସ୍ଥିତ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ଅତିଥି ଭାବେ ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ନଗର କଂଗ୍ରେସ ସଭାପତି ସୁରେଶ ଖୋସଲା, ବିଧାୟକ ପ୍ରତିନିଧି ଇସାକ୍ ଖୋସଲା, ବିଜେଡି ନେତା ମଙ୍ଗଳା ପାଙ୍ଗି ପ୍ରମୁଖ ଯୋଗ ଦେବା ସହ ରାଲିରେ ସାମିଲ ହୋଇଥିଲେ। ଏହାପରେ ସନ୍ଧ୍ୟା ସମୟରେ ଆମ୍ବେଦକରଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏହି ସଭା ରେ ସୁଦୂର ମହାରାଷ୍ଟ୍ର ରୁ ରାଷ୍ଟ୍ରପାଲ ରାମ ପିକେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା, ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ସମାଜସେବୀ ଡମ୍ବରୁ ବାଘ, ହେମନ୍ତ ଦଳପତି ପ୍ରମୁଖ ମଞ୍ଚାସୀନ ଥିଲେ। ଉପସ୍ଥିତ ଅତିଥି ମାନେ ଡାକ୍ତର ଆମ୍ବେଦକରଙ୍କ ସ୍ମୃତି ଚାରଣ କରିବା ସହ ଦେଶ ପାଇଁ ଆଇନ କ୍ଷେତ୍ରରେ ଦେଇଥିବା ଅବଦାନ କୁ ମନେ ପକାଇ ନିଜର ଅଭିଭାଷଣ ରଖିଥିଲେ। ସହରର ସମସ୍ତ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପରେ ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉପଦେଷ୍ଟା ରାଜେନ୍ଦ୍ର କୂଳଦୀପ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆମ୍ବେଦକର ସ୍ମୃତି କମିଟି ସଭାପତି ହାଡୁ ହନ୍ତାଳ ଆୟୋଜିତ କରିଥିବା ବେଳେ ସମ୍ପାଦକ ଧନୁର୍ଯ୍ୟୟ ହନ୍ତାଳ, ଉପଦେଷ୍ଟା ମଦନ ଖୋସଲା, ମଙ୍ଗଳା ପାଙ୍ଗି ଙ୍କ ସମେତ କମିଟିର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।
