କୋଣାର୍କ, ୦୪/୦୪(ପାଇକପୁଅ)ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟର ସେବା ନିବୃତ୍ତ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ପାତ୍ରଙ୍କର ଶୁକ୍ରବାର ବିଦ୍ୟାଳୟ ଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞୁବାଳା ଦେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ଓସେପାର ଯୁଗ୍ମ ନିର୍ଦ୍ଦେଶକ ହିମାଂଶୁ ଭୂଷଣ ସମରଥ ଯୋଗ ଦେଇ ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପାତ୍ରଙ୍କ ବିଦ୍ୟାଳୟ ପ୍ରତି ନିଷ୍ଠାପର ସେବା, ବିଦ୍ୟାଳୟର ଶୈକ୍ଷିକ ବାତାବରଣ ସୃଷ୍ଟି ଦିଗରେ ଉଲ୍ଲେଖନୀୟ ଅବଦାନ ଓ ଶିକ୍ଷାର ଉନ୍ନତି ଓ ଉତ୍ତମ ଛାତ୍ର ଛାତ୍ରୀ ତିଆରି କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗୋପ ବ୍ଲକ ଶିକ୍ଷା ଅଧିକାରୀ ଅମିତା ସେନାପତି, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଓଷ୍ଟାର ପୁରୀ ଜିଲ୍ଲା ସଂପାଦକ ବିଭୂଦତ୍ତ ନାୟକ, ଓଷ୍ଟାର ଗୋପ ବ୍ଲକ ସଭାପତି ମହେନ୍ଦ୍ର କୁମାର ପାଢୀ, ସଂପାଦକ ରାମକୃଷ୍ଣ ମହାନ୍ତି, ବରିଷ୍ଠ ଶିକ୍ଷାବିତ ତଥା ପ୍ରାକ୍ତନ ପ୍ରାଧ୍ୟାପକ ଶରତଚନ୍ଦ୍ର ପ୍ରଧାନ, ଭରତ ଚନ୍ଦ୍ର ପାଢୀ, ସିଆରସିସି କୃଷ୍ଣଚନ୍ଦ୍ର ବଳବନ୍ତରାୟ, ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ଜେନା, ସୁଲୋଚନା ସ୍ବାଇଁ, ମମତା ପଣ୍ଡା, ସଂଯୁକ୍ତା ନନ୍ଦ, ଅର୍ଜୁନ ବେହେରା ଓ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା ପ୍ରମୁଖ ଯୋଗ ଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ପାତ୍ରଙ୍କ ନିଷ୍ଠାପର ସେବା ଓ ବିଦ୍ୟାଳୟ ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ। ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମେତ କୋଣାର୍କ ତଥା ଆଖପାଖ ଅଞ୍ଚଳର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପାତ୍ରଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।
