ଯୋଡ଼ା,୦୩/୦୪(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରଞ୍ଚାଳରେ ଆଜି ଧୁମ୍ ଧାମ ରେ ଉତ୍କଳ ଦିବସ ପାଳନ କରାଯାଇଛି। ସକାଳେ ଯୋଡ଼ାରେ ଥିବା ମହାପୁରୁଷ ( ଉତ୍କଳର ବରପୁତ୍ର)ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ତାପରେ ଓଡ଼ିଶାର ଉତ୍କର୍ଷ ଦୃଶ୍ୟ,ପାରମ୍ପରିକ ନୃତ୍ୟ ସହ ଉତ୍କଳ ସମାରୋହ ଟ୍ରଷ୍ଟ , ବୁଦ୍ଧିଜବୀ ଓ ବହୁ ଲୋକେ ଏକ ଶୋଭାଯାତ୍ରାରେ ଯୋଡ଼ା ପୌରପାଳିକାରୁ ବାହାରି ଯୋଡ଼ା ବସଷ୍ଟାଣ୍ଡ ଦେଇ କଲ୍ୟାଣ ମଣ୍ଡପ ଠାରେ ସମାପନ କରି ଥିଲେ। ଅପରାହ୍ନରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କଳା କୃତି ର ପ୍ରଦର୍ଶନ କୁନି କୁନି ପିଲାଙ୍କ ଦ୍ୱାରା କରା ଯାଇଥିଲା। ସଂଧ୍ୟା ରେ ଏକ ସାଧାରଣ ସଭା ପୌରପାଳିକା ଆୟାଯୋନ କରିଥିଲା, ଏଥିରେ ମୁକ୍ଷ୍ୟ ଅତିଥୀ ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ତା , ସମ୍ମାନିତ ଅତିଥି ଭାବେ ବି ଡି ଓ ଡେନିସ୍ ବେହେରା ଓ ଯୋଡ଼ା ଟାଟା ଷ୍ଟିଲ ମୁକ୍ଷ୍ୟ ରାଜେଶ୍ କୁମାର, ଉପାଧ୍ୟକ୍ଷ ସନ୍ଧ୍ୟା ପାତ୍ର ଯୋଗ ଦେଇ ଥିଲେ ଏବଂ ଯୋଡ଼ା ପୌର ଅଧ୍ୟକ୍ଷ ଡ ଜଗଦୀଶ ପ୍ରସାଦ ସାହୁ ସଭାପତିତ୍ୱ କରିଥିଲେ ଏହି ସଭା ରେ ପୌର ନିର୍ବାହୀ ଅଧିକାରୀ ଶ୍ଵେତପଦ୍ମା ଧଳ ସ୍ୱାଗତ ଅଭିଭାଷଣ ରଖିଥିଲେ । ବଦବିଲ କଲେଜ ର ଓଡ଼ିଆ ଅଧ୍ୟାପକ ଅସିତ୍ କୁମାର ପ୍ରଧାନ ମୁକ୍ଷ୍ୟ ବକ୍ତା ଭାବେ ନିଜର ବକ୍ତବ୍ଯ ରେ ଉତ୍କଳ ଦିବସ ଓଡ଼ିଆ ମାନଙ୍କ ଗର୍ବ ଏବଂ ଗୌରବର ବିଷୟ , ୧୯୩୬ ମସିହାରେ ଇଂରେଜ ସରକାର ଙ୍କୁ ମନାଇ ଆମର ପୂର୍ବଜ ମହାପୁରୁଷ ମାନେ ଏହି ଦିନରେ ଓଡ଼ିଶା କୁ ଏକ ସ୍ୱତନ୍ତ୍ର ପରିଚୟ ମାନ୍ୟତା ପ୍ରଦାନ କରାଇଥିଲେ ବୋଲି କହିଥିଲେ ଏବଂ ସମସ୍ତ ଅତିଥି ମାନେ ଉତ୍କଳ ଦିବସ ବିଷୟରେ ବିଭିନ୍ନ ଗୌରବ ମୟ ଅଭିଭାଷଣ ରଖିଥିଲେ ଏବଂ ପରିଶେଷରେ କଣ୍ଠ ଶିଳ୍ପୀ ଦିପ୍ତିମୟୀ ଦାସ ତାଙ୍କର ସୁମଧୁର କଣ୍ଠରେ ସଙ୍ଗୀତ ପରିବେଷଣ କରିଥିଲେ।
