ବାରିପଦା,୩୦/୦୩(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲାରୁ ପଶ୍ଚିମବଙ୍ଗକୁ ହେଉଥିବା ଗୋ-ଚୋରାଚାଲାଣ ଉପରେ ବାରିପଦା ସଦର ଥାନା ଓ ଶୁଳିଆପଦା ଥାନା ପୋଲିସର ମିଳିତ ଚଢ଼ାଉରେ ବିପୁଳ ପରିମାଣର ଗୋରୁ ଉଦ୍ଧାର ହେବା ସହ ତିନି ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ସୂତ୍ରରୁ ଏକ ବଡ଼ ଧରଣର ଗୋ-ଚାଲାଣ ରାକେଟ ପଶ୍ଚିମବଙ୍ଗ ଅଭିମୁଖେ ଗୋଚାଲାଣ କରୁଥିବାର ଖବର ଆଧାରରେ ବାରିପଦା ସଦର ଓ ଶୁଳିଆପଦା ପୋଲିସକୁ ସତର୍କ କରାଯାଇ ବିଭିନ୍ନ ସ୍ଥାନରେ ଚେକିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ବାରିପଦା ସଦର ଥାନା ପୋଲିସ ଚଢ଼ାଉ କରିବା ସମୟରେ ରଜାବସା ଝିଲିମିଲି ଛକ ନିକଟସ୍ଥ ଏକ ପଡ଼ିଆରେ ଗୋରୁଗୁଡ଼ିକୁ ଓହ୍ଲାଇ ଦେଇ ପିକଅପ ଭ୍ୟାନ ଗୁଡ଼ିକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ସେଠାରୁ ପ୍ରାୟ ୧୦୮ଟି ଗୋରୁଙ୍କୁ ପୋଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଛି।ଏହି ଚୋରାଚାଲାଣରେ ଏସକୋର୍ଟ ଦେଉଥିବା ସନ୍ଦେହରେ ଏକ ଗାଡ଼ି ସହ ୩ ଜଣ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।ଅନ୍ୟପଟେ, ସଦର ଥାନା ଅଞ୍ଚଳରୁ ଖସି ପଳାଇଥିବା ୨ଟି ଗୋ-ବୋଝେଇ ପିକଅପ ଭ୍ୟାନକୁ ଶୁଳିଆପଦା ପୋଲିସ କାବୁ କରିଛି।ତେବେ ପୋଲିସକୁ ଦେଖି ଗାଡ଼ିର ଡ୍ରାଇଭର ଏବଂ ଅନ୍ୟ ସହଯୋଗୀ ମାନେ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଛନ୍ତି। ସେହି ଗାଡ଼ିରୁ ଆଉ ୧୪ଟି ଗୋରୁ ଉଦ୍ଧାର କରାଯାଇଛି।ବର୍ତ୍ତମାନ ପୋଲିସ ପକ୍ଷରୁ ଏହି ଚୋରାଚାଲାଣ ରାକେଟର ମୁଖ୍ୟ କାର୍ପଟଦାରଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ପ୍ରକ୍ରିୟା ଜୋରଦାର ଚଲାଇଛି. ଉଦ୍ଧାର ହୋଇଥିବା ଗୋରୁଗୁଡ଼ିକର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସମସ୍ତ ଉଦ୍ଧାର ଗୋରୁଗୁଡିକୁ ସୁରକ୍ଷିତ ଭାବେ ଝାରଖଣ୍ଡ ରାଜ୍ୟର ଚାକୁଳିଆ ଗୋ-ଶାଳାକୁ ସ୍ଥାନାନ୍ତରିତ କରାଯାଇଛି।
